ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ଭାରତୀୟ ପ୍ରିମିୟମ ଲିଗ୍ ର ୧୨ତମ ସଂସ୍କରଣ । ଏହି ସିଜିନର ପ୍ରଥମ ମୁକାବିଲା ବାଙ୍ଗାଲୁର ଏବଂ ଚେନ୍ନାଇ ମଧ୍ୟରେ ରହିଛି । ତେବେ ମୁକାବିଲା ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିନେବା ଦୁଇ ଦଳର ଦୁର୍ବଳତା ଏବଂ ଶକ୍ତି ବିଷୟରେ ।
ଚେନ୍ନାଇ ର ଶକ୍ତି:
ଏହି ଦଳର ଅଧିକାଂଶ ଖେଳାଳି ଦୀର୍ଘ ଦିନ ହେବା ଏକାଠି ଖେଳି ଆସୁଛନ୍ତି । ସେଥିପାଇଁ ଦଳରେ ଏକତା ଦେଖିବାକୁ ମିଳୁଛି । ସବୁଠୁ ଖାସ୍ କଥା ହେଉଛି ଏହି ମୁକାବିଲା ଚେନ୍ନାଇ ର ଚେପକ ଷ୍ଟାଡିୟମରେ ଖେଳାଯାଉଛି,ଯାହା ସ୍ପିନ୍ ଫ୍ରେଣ୍ଡଲି ଅଟେ ।
ଚେନ୍ନାଇ ପାଖରେ ଡୁପ୍ଲେସିସ, ରାଇନା ଏବଂ ୱାଟସନ୍ ଭଳି ବ୍ୟାଟମ୍ୟାନ୍ ଅଛନ୍ତି । ଯିଏ ରହି ରହିକି ଖେଳିବା ବି ଜାଣିଛନ୍ତି , ତାହା ସହିତ ହାଇ ଷ୍ଟ୍ରାଇକ ରେଟରେ ରନ୍ କରିବା ବି ଜାଣିଛନ୍ତି ।
ଚେନ୍ନାଇର ଦୁର୍ବଳତା:
ବ୍ରାବୋ ଏବଂ ରବିନ୍ଦ୍ର ଜାଡେଜା ଭଳି ଧୂଆଁଦାର ଅଲରାଉଣ୍ଡର ଥାଇ ମଧ୍ୟ ଶେଷ ଓଭରରେ ସ୍କୋରବୋର୍ଡକୁ ଆଗକୁ ବଢାଇବାରେ ପଛାଇଯାଇଥାନ୍ତି । ଦଳର ଅଧିକାଂଶ ଖେଳାଳି ଅଧିକ ବୟସ୍କର ଅଛନ୍ତି, ଫିଟନେସ୍ କାରଣରୁ ଟିମ୍ ପଛୁଆ ହୋଇପାରେ । ମାତ୍ର ହୁଏତ ପୂର୍ବ ବର୍ଷ ଏହି ଖେଳାଳିଙ୍କ ଦମରେ ଚେନ୍ନାଇ ଟାଇଲ ଜିତିବାରେ ସଫଳ ହୋଇପାରିଥିଲା ।
ବାଙ୍ଗାଲୁରର ଶକ୍ତି:
ଏହି ଟିମ୍ ପାଖରେ ଏବି ଡିଭିଲିୟର୍ସ,ଶେମାମରୋନ ହେଟମେୟର ଏବଂ ହେନରିକ କ୍ଲାସେନ ଭଳି ମ୍ୟାଚ ବିଜେତା ଖେଳାଳି ମାନେ ଅଛନ୍ତି । ଯେକୌଣସି ମୁହୂର୍ତ୍ତରେ ସେମାନେ ମ୍ୟାଚର ପାଶା ପଲଟାଇବାରେ ସକ୍ଷମ ରଖିଛନ୍ତି । ୟୁଜୁବେନ୍ଦ୍ର , ୱାଶିଙ୍ଗଟନ ଏବଂ ପବନ ନେଗୀଙ୍କ ଶକ୍ତି ଦଳକୁ ବିଜୟୀ କରିବାରେ ମୁଖ୍ୟ ହୋଇପାରନ୍ତି ।
ବାଙ୍ଗଲୁରର ଦୁର୍ବଳତା:
ଏହି ଦଳରେ ବିରାଟ କୋହଲିଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳି ମଜବୁତ ଥିବା ନଜର ଆସୁ ନାହାନ୍ତି । ଯାହାଫଳରେ ଦଳର ଏକତା ବିଗୁଡିଛି ।