ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ବଲ ଟ୍ୟାମ୍ପରିଂ ମାମଲାରେ ବର୍ଷେ ପାଇଁ ବାସନ୍ଦ ହୋଇଥିବା ଦୁଇ ଅଷ୍ଟ୍ରେଲିଆ କ୍ରିକେଟର ଚଳିତ ଆଇପିଏଲରେ ଖେଳିବା ପାଇଁ ଯାଉଛନ୍ତିି । ଏଣୁ ଏହି ଦୁଇ ଖେଳାଳିଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ଏବେ ଉଭୟ ଆସି ନିଜର ଆଇପିଏଲ ଦଳରେ ସାମିଲ ହୋଇଛନ୍ତି । ଖେଳାଳି ଶିବିରରେ ଦୁହେଁ ଆରମ୍ଭ କରି ଦେଇଛନ୍ତି ଅଭ୍ୟାସ । ଶନିବାର ଦୁହେଁ ଦଳୀୟ ଶିବିରରେ ଯୋଗ ଦେଇଥିଲେ । ଏବଂ ରବିବାରଠାରୁ ନିଜର ଅଭ୍ୟାସ ଆରମ୍ଭ କରିଛନ୍ତି ।
ସ୍ମିଥ ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ବେଳେ ୱର୍ଣ୍ଣର ସନ ରାଇଜର୍ସ ପକ୍ଷରୁ ଖେଳିବେ । ପୂର୍ବରୁ ୱର୍ଣ୍ଣରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଥରେ ଚାମ୍ପିୟନ ହୋଇଛି । ତେବେ ହାଇଦ୍ରାବାଦରେ ୱିଲିୟମସନ ଏବଂ ୱର୍ଣ୍ଣରଙ୍କ ଭଳି ଦୁଇ ଜଣ ଖେଳାଳି ଦଳ ପାଇଁ ଲାଭ ଦାୟକ ହେବ । ସେପଟେ ରାଜସ୍ଥାନକୁ ଫେରିବା ପରେ ବେଶ ଖୁସି ଅଛନ୍ତି ଦଳର ଖେଳାଳି । ପୂର୍ବରୁ ପୁନେ ୱରିୟର୍ସ ପାଇଁ ନେତୃତ୍ୱ ନେଇ ସ୍ମିଥ ଫାଇନାଲରେ ମଧ୍ୟ ପହଁଞ୍ଚାଇଥିଲେ ।
ଦୀର୍ଘ ବର୍ଷେପରେ କ୍ରିକେଟକୁ ଫେରିଥିବାରୁ ସେମାନଙ୍କ ଫର୍ମକୁ ନେଇ ସମସ୍ତଙ୍କ ନଜର । କିଛିଦିନ ପାଇଁ ଆନ୍ତର୍ଜାତୀକ କ୍ରିକେଟରୁ ଦୂରେଇ ରହିବା ପରେ ପୁଣି ସେହି ଫର୍ମ ରହିବ ତ? ଏଭଳି ପ୍ରଶ୍ନ ଉଠିଛି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ । ତେବେ ଉଭୟଙ୍କ ବହୁ ପ୍ରଂଶସକ ଆଶା ରଖିଛନ୍ତି ଏମାନେ ପୁଣିଥରେ ଭଲ ଖେଳିବେ ଆଶା ରଖିଛନ୍ତି । କିନ୍ତୁ କେତେଦୂର ଏହା ସଫଳ ହେବ ଆସନ୍ତା ୨୩ ତାରିଖରୁ ହେବାକୁ ଥିବା ଧନୀ କ୍ରିକେଟ ଲିଗ ଆଇପିଏଲରେ ଜଣା ପଡିବ ।