ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୧୩ତମ ସିଜିନର ଆଜି ହେଉଛି ଚତୁର୍ଥ ମୁକାବିଲା । ଏହି ଅବସରରେ ଆଜି ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସଙ୍କ ମଧ୍ୟ ଟକ୍କର ଦେଖିବାକୁ ମିଳିବ । ମ୍ୟାଚ ପୂର୍ବରୁ ହିଁ ରାଜସ୍ଥାନ ଟିମ୍ କୁ ଦୁଇଟି ବଡ ଝଟକା ଲାଗି ସାରିଛି । ଷ୍ଟାର ଖେଳାଳୀ ଏବଂ ଦମଦାମର ଫର୍ମରେ ଚାଲୁଥିବା ଯୋସ ବଟଲର ପ୍ରଥମ ମ୍ୟାଚ ଖେଳିବେ ନାହିଁ । ସେହିପରି ଟିମ୍ ର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଆଇପିଏଲ ୧୩ର ଆରମ୍ଭ ମ୍ୟାଚରେ ଭାଗ ନେଇ ପାରୁ ନାହାନ୍ତି ।
ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ର ୨୧ ଖେଳାଳୀଙ୍କ ସହିତ ବଟଲର ସେପ୍ଟମ୍ବର ୧୭ ରେ ୟୁଏଇରେ ପହଁଚିଥିଲେ । କିନ୍ତି ସେ ସେଠାରେ ତାଙ୍କ ପରିବାର ସହ ପହଁଚିଛନ୍ତି, ସେଥିପାଇଁ ତାଙ୍କୁ ୬ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ । କିନ୍ତୁ ଅନ୍ୟ ଖେଳାଳୀ ମାନଙ୍କୁ ୩୬ ଘଣ୍ଟା ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।
ସେହିପରି ବେନ ଷ୍ଟୋକ୍ସଙ୍କ ଟିମ୍ ସହ ଯୋଡି ହେବାର ସ୍ଥିତି ସ୍ପଷ୍ଟ ହୋଇନାହିଁ । ଅଗଷ୍ଟ ମାସରେ ଷ୍ଟୋକ୍ସ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ନ୍ୟୁଜିଲାଣ୍ଡ ଯାଇଥିଲେ । ସେ ଏପର୍ଯ୍ୟନ୍ତ ୟୁଏଇରେ ପହଁଚି ନହାନ୍ତି । ତାଙ୍କୁ ଏଠାରେ ପହଁଚିଲା ପର ୬ ଦିନ କ୍ୱାରେଣ୍ଟାଇନ୍ ରେ ରହିବାକୁ ହେବ । ଯାହାଫଳରେ ସେ ଆରମ୍ଭ ମ୍ୟାଚ ଖେଳିପାରିବେ ନାହିଁ ।