ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇପିଏଲ ପ୍ରେମୀଙ୍କ ପାଇଁ ଖୁସୀ ଖବର । ଆଇପିଏଲ-୨୦୨୧ ର ବାକି ଥିବା ମ୍ୟାଚ ୟୁଏଇ ରେ ଖେଳାଯିବ । ଏନେଇ ବିିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି ।
ଆଜି ମଧ୍ୟାହ୍ନରେ ସ୍ପେଶାଲ ଜେନେରାଲ ମିଟିଙ୍ଗ ଡକାଇଥିଲା ବିସିସିଆଈ । ଏଥିପାଇଁ ବିସିସିଆଇ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶୁକ୍ରବାର ରାତିରେ ମୁମ୍ବାଇରେ ପହଁଚିଥିଲେ । ଏହି ବୈଠକରେ ଆଇପିଏଲ୨୦୨୧ ର ବାକି ରହିଥିବା ଅବଶିଷ୍ଟ ମ୍ୟାଚକୁ ୟୁଏଇରେ ଖେଳାଯିବ ବୋଲି ନିଷ୍ପତି ନିଆଯାଇଛି । ସେପ୍ଟମ୍ବର ୧୮ ରୁ ଅକ୍ଟୋବର ୧୦ ମଧ୍ୟରେ ଆଇପିଏଲ ର ବାକି ମ୍ୟାଚ ଖେଳାଯିବାର ସମ୍ଭାବନା ରହିଛି । ବୈଠକ ପରେ ବିସିସିଆଇର ର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏନେଇ ସୂଚନା ଦେଇଛନ୍ତି ।