ଚେନ୍ନାଇ (ଏଟିଆର ବ୍ୟୁରୋ); କାମ କଲା ଧୋନି ମ୍ୟାଜିକ । ଆଇପିଏଲର ୫୦ତମ ମ୍ୟାଚରେ ପଏଣ୍ଟ ଟେବୁଲର ଟପରେ ଥିବା ଦିଲ୍ଲୀ କ୍ୟାପିଟାଲକୁ ୮୦ରେ ପରାସ୍ତ କରିଛି ଚେନ୍ନାଇ । ବଡ ବିଜୟ ହାସଲ କରିବା ସହିତ ଧୋନି ବାହିନୀ ପୁଣିଥରେ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି । ଉଭୟ ଦଳ ସିରିଜରେ ଆଉ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ ଖେଳିବା ପାଇଁ ବାକିଥିବା ବେଳେ ପ୍ଳେଅଫପାଇଁ ଦୁଇ ଦଳ ସ୍ଥାନ ପକ୍କା କରିନେଇସାରିଛନ୍ତି ।
ଗତକାଲି ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୪ଟି ଓ୍ଵିକେଟ ହରାଇ ଏହି ରନ୍ କରିବା ପରେ ଦିଲ୍ଲୀକୁ ୧୮୦ ରନ୍ ଟାର୍ଗେଟ ମିଳିଥିଲା। ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗସ୍ ବୁଧବାର ଦିଲ୍ଲୀ କ୍ୟାପିଟାଲସ୍ ବିପକ୍ଷରେ ୧୭୯ ରନ୍ କରିଥିଲା। ରାଇନା ୩୭ଟି ବଲ ଖେଳି ୫୯ ରନ୍ କରିଥିଲେ। ଜଗଦୀଶ ସୁଚିତଙ୍କ ବଲ୍ରେ ଆଉଟ୍ ହେବା ପୂର୍ବରୁ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ଦ୍ୱିତୀୟ ଇନିଂସରେ ଦିଲ୍ଲୀ ୧୮୦ ରନ୍ ବିଜୟ ଲକ୍ଷ୍ୟ ନେଇ ୧୬.୨ ଓଭରରେ ୯୯ ରନ୍ କରିଛି। ଫଳରେ ଚେନ୍ନାଇଠାରୁ ୮୦ ରନ୍ରେ ପରାସ୍ତ ହୋଇଛି।ଅଧିନାୟକ ଶ୍ରେୟସ ଆୟାର ୪୪ ରନ୍ କରିଥିଲେ। ସେ ୩୩ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଟିମ୍ର ଅନ୍ୟ କୌଣସିି ଖେଳାଳି ବ୍ୟକ୍ତିଗତ ଭାବେ ୧୦ ରନ୍ କରିପାରି ନଥିଲେ। ଚେନ୍ନାଇ ଟିମ୍ର ଇମ୍ରାନ୍ ତାହିରଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ ରବୀନ୍ଦ୍ର ଜାଦେଜା ୩ଟି ଓ୍ଵିକେଟ ନେଇଥିଲେ। ସେହିପରି ଦିପକ ଚହର ଓ ହରଭଜନ ସିଂହଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।