ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଇପିଏଲରେ ଆଜି ଦୁଇଟି ରୋମାଞ୍ଚକ ମ୍ୟାଚ ରହିଛି । ପ୍ରଥମ ମ୍ୟାଚରେ ବାଙ୍ଗାଲୋର ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ହେବ । ଦ୍ୱିତୀୟ ମ୍ୟାଚରେ କୋଲକାତା ଏବଂ ମୁମ୍ବାଇ ମଧ୍ୟରେ ହେବ । ସବୁଦଳ ପ୍ଳେଅଫ ପାଇଁ ଲଢ଼େଇ ଜାରି ରଖିଥିବାରୁ ଦୁଇଟିଯାକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖାଯାଇଛି । ଚଳିତ ଆଇପିଏଲରେ କିଏ ପ୍ଳେଅଫ ପାଇଁ ସ୍ଥାନ ପକ୍କା କରିବ ତାକୁ ନେଇ ସବୁଠି ଆରମ୍ଭ ହୋଇଛି ବିଭିନ୍ନ କଳ୍ପନା ଜଳ୍ପନା । ତେବେ ଆଜିର ମ୍ୟାଚରେ ଦୁଇଟି ଟିମର ଭାଗ୍ୟ ନିର୍ଭର କରୁଛି ।
ବାଙ୍ଗାଲୋର ୧୧ ମ୍ୟାଚରୁ ୪ଟି ବିଜୟ ହୋଇଛି । ଦଳ ଯଦି ବାକିଥିବା ସବୁ ମ୍ୟାଚ ଜିତେ ତେବେ ପ୍ଳେଅଫ ପାଇଁ ମଧ୍ୟ ଦାବିଦାର ହୋଇପାରିବ । ଏଣୁ ଆଜି ଦିଲ୍ଲୀକୁ ହରାଇବା ପାଇଁ କୌଶଳ କରିବ ବିରାଟ ବାହିନୀ । ଚଳିତ ବର୍ଷ ଲଗାତାର ୬ଟି ପରାଜୟ ହୋଇ ମଧ୍ୟ ଦଳ ଶେଷ ସମୟରେ ଲଗାତାର ବିଜୟ ହୋଇ ପୁଣିଥରେ ପ୍ଳେଅଫ ପାଇଁ ଦାବିଦାର ହୋଇଛି । କୋହଲି ଏବଂ ଡିଭିଲିୟର୍ସଙ୍କ ଯୋଡି ଯଦି ତିଷ୍ଠିଗଲା ତେବେ ବାଙ୍ଗାଲୋର ଭାଗ୍ୟ ଖୋଲିଗଲା କହିଲେ ଅଚ୍ୟୁକ୍ତି ହେବ ନାହିଁ । ତେବେ ଦିଲ୍ଲୀର ଯୁବ ଖେଳାଳି ପନ୍ଥ ଏବେ ଭଲ ଫର୍ମରେ ରହିଥିବାରୁ ମ୍ୟାଚର ମୋଡ କଣ ହେବ ତାଉପରେ ସମସ୍ତଙ୍କ ନଜର ।
ଦ୍ୱିତୀୟ ମ୍ୟାଚରେ କୋଲକାତାର ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି । କୋଲକାତା ୧୧ଟି ମ୍ୟାଚରୁ ୪ଟି ବିଜୟ ହୋଇଛି । ତେବେ ଦଳ ପ୍ରଥମ ୫ଟି ମ୍ୟାଚରୁ ଏହି ବିଜୟ ହାସଲ କରିଥିଲା । କିନ୍ତୁ ଶେଷ ୭ଟି ଯାକ ମ୍ୟାଚ ହାରି ପଏଣ୍ଟ ଟେବୁଲରେ ତଳକୁ ଖସିଆସିଛି । ତେବେ ଆଜି ମୁମ୍ବାଇକୁ ହରାଇ ପୁଣିଥରେ ସିରିଜକୁ ଫେରିବା ପାଇଁ ଚେଷ୍ଠା କରିବ ଦଳ । ମୁମ୍ବାଇ ଚଳିତ ବର୍ଷ ଭଲ ଫର୍ମରେ ରହିଛି । ଶେଷ ମ୍ୟାଚରେ ଚେନ୍ନାଇକୁ ଧୂଳି ଚଟାଇଥିଲା ।