ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଶନିବାର ଦିନ ସନ୍ନ୍ୟାସ ନେଇଛନ୍ତି ଭାରତୀୟ ଟିମ୍ ର ଅଲରାଉଣ୍ଡର ଇର୍ଫାନ୍ ପଠାନ । ଏହାପରେ ସେ ତାଙ୍କ କ୍ୟାରିୟରକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ତାଙ୍କ ସ୍ୱିଇଙ୍ଗ ଉପରେ ସର୍ବଦା ପୂର୍ବ ଭଳି ଅଧିକାର ରହିଥିଲା ।
ପଠାନଙ୍କ ମୁତାବକ, ଅଧିକତମ ଖେଳାଳୀ ଭାରତୀୟ ଟିମ୍ ସହିତ ନିଜ କ୍ୟାରିୟର ୨୭-୨୮ ବର୍ଷ ବୟସରୁ ଆରମ୍ଭ କରିଥାନ୍ତି, କିନ୍ତୁ ସେ ଏହି ବୟସରେ ତାଙ୍କର ଶେଷ ମ୍ୟାଚ୍ ଖେଳି ନେଇଥିଲେ । ସେହି ସମୟରେ ପଠାନଙ୍କ ବୟସ ୨୭ ବର୍ଷ ହୋଇଥିଲା । ସେ ୨୦୧୨ ମସିହାରେ ତାଙ୍କର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଥିଲେ ।
ସେ କହିଥିଲେ ଏଭଳି କିଛି କଥା ସାମ୍ନାକୁ ଆସିଛି । ଯେଉଁଥିରେ ଇରଫାନ୍ ହୃଦୟସ୍ପର୍ଶୀ ନଥିଲେ । ଲୋକେ ଭାବୁଛନ୍ତି କି ଇର୍ଫାନଙ୍କର ସ୍ୱିଇଙ୍ଗ ଉପରେ ପୂର୍ବ ଭଳି ଅଧିକାର ନାହିଁ, କିନ୍ତୁ ଲୋକେ ବୁଝିବା ଜରୁରୀ କି ପୂରା ମ୍ୟାଚରେ ଆପଣଙ୍କୁ ସେହିଭଳି ସ୍ୱିଇଙ୍ଗ ଦେଖିବାକୁ ମିଳିବ ନାହିଁ, ଯେଉଁଭଳି ପୂର୍ବରୁ ୧୦ ଓଭରରେ ଦେଖିବାକୁ ମିଳୁଥିଲା । ମୋର ଏବେ ବି ବଲକୁ ସ୍ୱିଇଙ୍ଗ କରିବାର ସକ୍ଷମ ଅଛି ।
ମୋର ପ୍ରଦର୍ଶନକୁ ନେଇ ଲୋକେ ଅନେକ କଥା କହୁଛନ୍ତି, କିନ୍ତୁ ମୋର କାମ ଅଲଗା ପ୍ରକାରର ଥିଲା । ମୋତେ ରନ୍ ଉପରେ ଅକୁଂଶ ଲଗାଇବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ମୋର ମନେ ଅଛି ଶ୍ରୀଲଙ୍କାରେ ୨୦୦୮ମସିହାରେ ମ୍ୟାଚ୍ ଜିତିବା ପରେ ମୋତେ ବାହାର କରି ଦିଆଯାଇଥିଲା । ପ୍ରକୃତରେ କଣ ଦେଶ ପାଇଁ ମ୍ୟାଚ୍ ଜିତିବା ପରେ ବିନା କୌଣସି କାରଣରେ ଦଳରୁ ବାହାର କରାଯାଏ?
ଅନେକ ପୂର୍ବତନ ଖେଳାଳୀଙ୍କ କହିବାନୁଯାୟୀ , ପଠାନ ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳି ପାରିଥାନ୍ତେ । କିନ୍ତୁ ଆଘାତ ହେବା ଯୋଗୁଁ ଭଲ ପ୍ରଦର୍ଶନ କରି ପାରିନଥିଲେ ।