କୋଲକାତା(ଏଟିଆର ବ୍ୟୁରୋ): ଆଜି କୋଲକାତା ଇଡେନ ଗାର୍ଡେନ ଠାରେ ଭାରତ- ବାଗଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଲାଯାଇଛି । ଟସ ଜିତି ବାଂଲାଦେଶ ଟିମ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଥମରୁ ହିଁ ଭାରତୀୟ ଟିମର ବୋଲର ମାନେ ବାଂଲାଦେଶ ଟିମର ବ୍ୟାଟ୍ସମ୍ୟାନଙ୍କୁ ପଡିଆରେ ବେଶି ସମୟ ତିଷ୍ଠିବାକୁ ଦେଇ ନଥିଲେ । ତେବେ ପ୍ରଥମ ୬ ଓଭର ପର୍ଯ୍ୟନ୍ତ ବାଂଲାଦେଶ ଟିମର ଦୁଇ ଜଣ ଓପନର ବ୍ୟାଟ୍ସମ୍ୟାନ ଧୈର୍ଯ୍ୟ ସହ ବ୍ୟାଟିଂ କରିଥିଲେ । ହେଲେ ଏହା ପରେ ଭାରତୀୟ ଟିମର ପେସ ବୋଲର ଈଶାନ୍ତ ଶର୍ମା ଏହି ଯୋଡିକୁ ବେଶୀ ସମୟ ତିଷ୍ଠିବାକୁ ଦେଇନଥିଲା ।
ଏହା ପରେ ଗୋଟିଏ ଓଭରରେ ଉମେଶ ଯାଦବ ବାଂଲାଦେଶ ଟିମର କ୍ୟାପଟେନ ମୋମିନୁଲ ହକ ଓ ମହମ୍ମଦ ମିଥୁନ ଙ୍କୁ ଆଉଟୁ କରି ପ୍ୟାବିଲିୟନର ରାସ୍ତା ଦେଖାଇଥିଲେ । ତେବେ ୪ଟି ୱିକେଟ ଯିବା ପରେ ବାଂଲାଦେଶ ଟିମର ପ୍ରଥମ ବ୍ୟାଟିଙ୍ଗ ଅଡର ସଂପର୍ଣ୍ଣ ଭାବେ ଭାଙ୍ଗି ପଡିଥିଲା । ଫଳରେ ବାଂଲାଦେଶ ଟିମ ମାତ୍ର ୩୦.୩ ଓଭରରେ ୧୦୬ ରନ କରି ଅଲଆଉଟ ହୋଇଯାଇଥିଲା । ତେବେ ଆଜିର ଏହି ମ୍ୟାଚରେ ଭାରତୀୟ ଦ୍ରୁତତ୍ତମ ବୋଲର ଈଶାନ୍ତ ଶର୍ମା ୫ଟି ୱିକେଟ ନେଇ ମାତ୍ର ୨୨ ରନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉମେଶ ଯାଦବ ୩ଟି ଓ ମହମ୍ମଦ ଶାମି ୨ଟି ୱିକେଟ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ଭାରତୀୟ ଟିମ ବ୍ୟାଟିଂ କରୁଛି ।