ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରବିଚନ୍ଦ୍ରନ ଅଶ୍ୱିନଙ୍କର ଭବିଷ୍ୟ ନିଷ୍ପତି କରାଯାଇଛି ।କିଙ୍ଗସ ଇଲେଭନ ପଞ୍ଜାବର ସହ ମାଲିକ ନେସ ୱାଡିୟା କହିଛନ୍ତି, ତାଙ୍କ ଫ୍ରାଞ୍ଚାଇଜ୍ ପକ୍ଷରୁ ଖେଳାଳି ମାନଙ୍କ ଅଦଳ-ବଦଳରେ ରବିଚନ୍ଦ୍ରନ ଆଶ୍ୱିନଙ୍କୁ ଦିଲ୍ଲୀ କ୍ୟାପିଟଲ୍ସକୁ ଦିଆନଯିବା ପାଇଁ ନିଷ୍ପତି ନିଆଯାଇଛି । ପ୍ରକୃତରେ ଟିମ୍ ସହ ଅଶ୍ୱିନ ରହିବା ପାଇଁ ନବ ନିଯୁକ୍ତି ମୁଖ୍ୟ କୋଚ୍ ଅନୀଲ କୁମ୍ବଲେ ଚାହୁଁଛନ୍ତି ।
ସେ କହିଛନ୍ତି , ବୋର୍ଡ ପକ୍ଷରୁ ପୂର୍ନବିଚାର କରାଯିବା ପରେ ଟିମ୍ ରେ ଅଶ୍ୱିନଙ୍କର ଭୂମିକା ମହତ୍ୱପୂର୍ଣ୍ଣ ଥିବା ଅନୁଭବ କରାଯାଇଛି । ଏନେଇ ଦିଲ୍ଲୀ କ୍ୟାପିଟଲ୍ସ ସହିତ ଆଲୋଚନା ହୋଇଥିଲା କିନ୍ତୁ ଏହାର କୌଣସି ପରିଣାମ ବାହାରିଲା ନାହିଁ । ପ୍ରକୃତରେ ସେ ଯେଉଁ ଭଳି କ୍ରିକେଟ ଖେଳୁଛନ୍ତି ଏବଂ ତାଙ୍କର ପ୍ରଦର୍ଶନ ସବୁ କିଛି ଦର୍ଶାଉଛି ।
ଖବରମୁତାବକ,ଅଶ୍ୱିନଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ ସହିତ କିଙ୍ଗସ ଇଲେଭନ ପଞ୍ଜାବ ଟ୍ରେଡ କରିବାକୁ ଚାହୁଁଥିଲା, ଯେଉଁଥି ପାଇଁ ଦିଲ୍ଲୀ ଫ୍ରାଞ୍ଚାଇଜ୍ ସହ ଆଲୋଚନା ମଧ୍ୟ ହୋଇଥିଲା । ମାତ୍ର ଟିମ୍ ର ନୂତନ କୋଚ୍ ଅନୀଲ କୁମ୍ବଲେଙ୍କ କହିବାନୁଯାୟୀ ଟିମ୍ ତାର ନିଷ୍ପତି ବଦଳାଇଛି ଏବଂ ଆଶ୍ୱିନଙ୍କୁ ରିଟର୍ଣ୍ଣ କରିବା ପାଇଁ ନିଷ୍ପତି ନେଇଛି ।
ବର୍ତ୍ତମାନ ଦକ୍ଷୀଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ରେ ଜବରଦସ୍ତ ବୋଲିଂ କରୁଛନ୍ତି ଅଶ୍ୱିନ । ଦୁଇଟି ଟେଷ୍ଟ ମ୍ୟାଚ୍ ରେ ସେ ଏପର୍ଯ୍ୟନ୍ତ ୧୪ ୱିକେଟ ନେଇସାରିଲେଣି ।