ଜୟପୁର (ଏଟିଆର ବ୍ୟୁରୋ); ରବିବାର ଆଇପିଏଲ ୨୧ ନମ୍ବର ମ୍ୟାଚରେ ସହଜ ବିଜୟ ହୋଇଛି କୋଲକାତା । ରାଜସ୍ଥାନକୁ ହରାଇବା ପରେ କୋଲକାତା ପଏଣ୍ଟ ଟେବୁଲରେ ଉପରକୁ ଉଠିଛି । ଦଳ ୫ଟି ମ୍ୟାଚ ଖେଳି ୪ଟି ବିଜୟ ହେବା ସହିତ ନେଟରନରେଟ ଭଲ ଥିବାରୁ ଟେବୁଲ ଟପରେ ରହିଛି । କୋଲକାତା କେବଳ ଦିଲ୍ଲୀଠାରୁ ସୁପର ଓଭରରେ ହାରିଛି । ତେବେ ଗତକାଲି ମ୍ୟାଚରେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା କୋଲକାତା ।
ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ଓଭର ମଧ୍ୟରେ ୩ ୱିକେଟ ହରାଇ ମାତ୍ର ୧୩୯ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ସ୍ମିଥ ସର୍ବାଧିକ ୭୩ ରନ କରିବାରେ ସକ୍ଷମ ହୋଇଥିଲେ । ଅଧିନାୟକ ଅଜିଙ୍କ୍ୟ ରାହାଣେ (୫)ଙ୍କୁ ଆଉଟ୍ କରି ଦେଇଥିଲେ। ଜୋସ୍ ବଟଲର୍ (୩୭, ୩୪ ବଲ୍, ୫ ଚୌକା, ୧ ଛକା) କରିଥିଲେ । କେକେଆର୍ ପାଇଁ ପଦାର୍ପଣ କରିଥିବା ଇଂଲଣ୍ଡ ବୋଲର ହ୍ୟାରି ଗୁର୍ନି (୪-୦-୨୫-୨) ସଫଳ ବୋଲର ଥିଲେ।
୧୪୦ ରନ୍କୁ ପିଛା କରିଥିବା କୋଲକାତା ପାଇଁ ସୁନୀଲ ନରିନ୍ (୪୭, ୨୫ ବଲ, ୬ ଚୌକା, ୩ ଛକା) ଏବଂ କ୍ରିସ୍ ଲିନ୍ (୫୦, ୩୨ ବଲ, ୬ ଚୌକା, ୩ ଛକା) ପ୍ରଥମ ୱିକେଟ୍ ପାଇଁ ୮.୩ ଓଭରରେ ୯୧ ରନ୍ ଉଠାଇବା ପରେ ଦଳର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଉଭୟଙ୍କ ୱିକେଟ୍ ଶ୍ରେୟସ ଗୋପାଳ ନେଇଥିଲେ ମଧ୍ୟ ରବିନ୍ ଉଥପ୍ପା (୨୬ଞ୍ଚ, ୧୬ ବଲ, ୧ ଚୌକା, ୨ ଛକା) ଏବଂ ଶୁଭମ୍ ଗିଲ୍ (୬ଞ୍ଚ, ୧୦ ବଲ) ଦଳକୁ ୩୭ ବଲ୍ ପୂର୍ବରୁ ଜିତାଇଥିଲେ।