ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ପଦକ ସମ୍ଭାବନା ସୃଷ୍ଟି କଲେ ଭାରତର ମହିଳା ବକ୍ସର ଲଭଲିନା ବୋରଗାହନ । ଜର୍ମାନୀର ନାଦିନ ଏପଟେଜଙ୍କୁ ୬୯ କିଗ୍ରା ବିଭାଗରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଲଭଲିନା । ଆଉ ମାତ୍ର ଗୋଟେ ରାଉଣ୍ଡରେ ବିଜୟ ହାସଲ କରିବା ପରେ ଭାରତ ପାଇଁ ପଦକ ହାସଲ କରିବେ ଲଭଲିନା ।
ଏହାପୂର୍ବରୁ ମନୁ ଭାକର ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଡବଲ୍ସର ଦ୍ୱିତୀୟ ପର୍ୟ୍ୟାୟରେ ପହଞ୍ଚିଥିଲେ। କିନ୍ତୁ ଦ୍ୱିତୀୟ ରାଉଣ୍ଡରେ ମନୁ ଭକର ଏବଂ ସୌରଭ ଚୌଧୁରୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଅନ୍ୟପକ୍ଷରେ ଅଭିଷେକ ଭର୍ମା ଏବଂ ଯଶସ୍ୱିନୀ ସିଂ ଦେଶୱାଲଙ୍କୁ ପ୍ରଥମ ରାଉଣ୍ଡରେ ହଟାଇ ଦିଆଯାଇଛି। ଏହା ବ୍ୟତୀତ ଟେବୁଲ୍ ଟେନିସ୍ ଖେଳାଳି ଶରତ କମଲଙ୍କୁ ତୃତୀୟ ମ୍ୟାଚ୍ରେ ଚୀନ୍ର ମା ଲଙ୍ଗଙ୍କ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଥି ସହିତ ବ୍ୟାଡମିଣ୍ଟନରେ ସାତୱିକ୍ ଏବଂ ଚିରାଗଙ୍କ ଯୋଡି ମଧ୍ୟ ବାହାର ହୋଇଛନ୍ତି। ରାଇଫଲର ମିଶ୍ରିତ ଦଳ ଇଭେଣ୍ଟରେ ପଦକ ପାଇଁ ଏଲେଭେନିଲ ଭାଲାରିଭାନ ଦିବ୍ୟଶ ସିଂ ପାନୱାର ଏବଂ ଅଞ୍ଜୁମ ମୌଦଗିଲ ଦୀପକ କୁମାର ନିଜ ଭାଗ୍ୟ ପରୀକ୍ଷା କରିବେ।