ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ । ସେ ୧୬୧ଟି ବଲ ସମ୍ମୁଖୀନ ହୋଇ ୭୬ ରନ କରିବାରେ ସଫଳ ହୋଇଛନ୍ତି । ବିଜୟ ଏବଂ ରାହୁଲ ଦୁଇ ଓପନରଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ତାଙ୍କ ଜାଗାରେ ସ୍ଥାନ ପାଇଥିଲେ ମୟଙ୍କ । ତେବେ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ଅର୍ଜନ କରିବା ପରେ ମୟଙ୍କଙ୍କୁ ଭୁରି ଭୁରି ପ୍ରଂଶସା କରିଛନ୍ତି କ୍ରିକେଟ ପ୍ରେମୀ ।
ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୧୭୪ ରନ କରି ୨ଗୋଟି ମୂଲ୍ୟବାନ ୱିକେଟ ହରାଇଛି । ମୟଙ୍କ ୭୬ ରନ ଏବଂ ହନୁମାନ ବିହାରି ୮ ରନ କରିଛନ୍ତି । ସେପଟେ ପଡିଆରେ ବ୍ୟାଟିଂ ଜାରି ରଖିଛନ୍ତି ଦଳର ଅଧିନାୟକ କୋହଲି ଏବଂ ପୂଜାରା । ପୂଜାରା ୫୦ ରନ କରିଥିବା ବେଳେ କୋହଲି ୩୨ ରନ କରି ପଡିଆରେ ମହଜୁଦ ଅଛନ୍ତି । ୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ରହିଛି । ଏଣୁ ତୃତୀୟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।