ମୁମ୍ବାଇ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲ ସଂସ୍କରଣରେ ବୁଧବାର ମୁମ୍ବାଇକୁ ଭେଟିବା ପାଇଁ ଯାଉଛି ପଞ୍ଜାବ । ଦୁଇ ଦଳ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରହିଛି । ଆଜି ଯଦି ମୁମ୍ବାଇ ବିଜୟ ହୁଏ ତେବେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିବ । ଆଉ ଯଦି ଅଧିକ ରନ ବ୍ୟବଧାନରେ ହାରେ ତେବେ ଦିଲ୍ଲୀ ତଳକୁ ମଧ୍ୟ ଖସିଯାଇପାରେ । ଅପରପକ୍ଷରେ ପଞ୍ଜାବ ଚଳିତ ବର୍ଷ ଉତଥାନ ପତନ ହୋଇ ଚାଲିଛି । ଗୋଟିଏ ଜିତିଲେ ଆଉ ଗୋଟିଏ ହାରୁଥିବା ଦେଖିବାକୁ ମିଳୁଛି । ତେବେ ଦଳ ଏବେ ପଏଣ୍ଟ ଟେବୁଲର ୪ଟି ବିଜୟ ସହିତ ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଆଜିର ମ୍ୟାଚରେ ଯଦି ହାରେ ତାହେଲେ ତେବେ ପଞ୍ଜାବ ପଞ୍ଚମ ସ୍ଥାନକୁ ଖସିଆସିବ ।
ଦୁଇ ଦଳର ଖେଳାଳିମାନେ ଭଲ ଫର୍ମରେ ରହିଥିବାରୁ ମ୍ୟାଚଟି ଅଧିକ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ତେବେ ଆଜିର ମ୍ୟାଚରେ ପଞ୍ଜାବର ଗେଲ ଏବଂ ରାହୁଲଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଯଦିଓ ଗେଲ ଫର୍ମରେ ନାହାଁନ୍ତି କିନ୍ତୁ ଥରେ ଯଦି ଗେଲଙ୍କ ବ୍ୟାଟ ଚାଲିଲା ତେବେ ମ୍ୟାଚରେ ଛକାମୟ ହୋଇଟିବ । ଅପରପକ୍ଷରେ ମୁମ୍ବାଇର ପାଣ୍ଡିଆ ବ୍ରଦର୍ସ ଭଲ ଫର୍ମରେ ଥିବାରୁ ସେମାନଙ୍କଠାରୁ ଭଲ ଖେଳ ଆଶା କରିବ ଦଳ । ଆଜିର ମ୍ୟାଚଟି ୱାଙ୍ଖଡେ ଷ୍ଟାଡିୟମରେ ହେବାକୁ ଥିବାରୁ ମୁମ୍ବାଇର ପଲ୍ଲା ଭାରି ରହିବ ବୋଲି ଅନୁମାନ କରୁଛନ୍ତି କ୍ରିକେଟ ବିଶେଷଜ୍ଞ ।