ପୁରୀ (ଏଟିଆର ବ୍ୟୁରୋ); ଶ୍ରୀମନ୍ଦିର ଛାଡି ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୁରତୀ । ଯେଉଁ କାରଣୁ ମାଉସୀ ମା ମନ୍ଦିର ପାଖରେ କଡା ସୁରକ୍ଷା ଦିଆଯାଇଥିବା ପ୍ରଶାସନ ଡେଙ୍ଗୁରା ପିଟୁଛି । କିନ୍ତୁ ମାଉସୀ ମନ୍ଦିର ପାଖରେ ଥିବା ବସଷ୍ଟାଣ୍ଡରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲେ କେହି କିଛି ଜାଣି ପାରି ନାହାଁନ୍ତି । ଯାହାକୁ ସାଧାରଣରେ ଉଠିଛି ପ୍ରଶ୍ନ । ତେବେ ନାବାଳିକାଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି ପଚରା ଉଚରା କରୁଛି ପୋଲିସ ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଜଣେ ନାବାଳିକା ମାଳତିପାଟପୁର ବଷଷ୍ଟାଣ୍ଡ ପାଖରେ ଏକ ୱାଟର ପାର୍କରେ କାମ କରନ୍ତି । ତେବେ ସେ ଛୁଟିରେ ଗାଁକୁ ଯାଇଥିଲେ । ଗତକାଲି ରାତିରେ ଘରୁ ମାଳତିପାଟପୁର ଫେରୁଥିଲେ । ତେବେ ସେ ବସରେ ଶୋଇ ପଡିଥିଲେ । ଯେଉଁ କାରଣରୁ ମାଳତିପାପୁର ବସଷ୍ଟାଣ୍ଡରେ ଓହ୍ଲାଇ ପାରି ନଥିଲେ । ସେ ଆସି ପହଁଞ୍ଚି ଥିଲେ ପୁରୀ ବସ ଷ୍ଟାଣ୍ଡରେ ।
ନିଦ ଭାଙ୍ଗିବା ବେଳକୁ ରାତି ଅଧିକ ହୋଇଯାଇଥିବାରୁ ମାଳତିପାଟପୁର ଯିବା ପାଇଁ ତାଙ୍କ ପକ୍ଷେ ସମ୍ଭ ହୋଇନଥିଲେ । ତେଣୁ ସେ ବସରେ ଶୋଇ ପଡିଥିଲେ । ତେବେ ମନରେ ଖରାପ ଭାବନା ଥିବାରୁ ହେଲଫର ତାଙ୍କୁ ହଁ କରି ଦେଇଥିଲେ । ନାବାଳିକା ଶୋଇବା ପରେ ହେଲଫର ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ପିଡିତା ଜଣକ ଯେତେ ମନା କରିଥିଲେ ସୁଦ୍ଧା ହେସ କିଛି ଶୁଣିନଥିଲା । ତେବେ ବସ ଡ୍ରାଇଭର ଗାଡିରେ ଥାଇ ମଧ୍ୟ ସେ କିଛି କହିନଥିବା ଅଭିଯୋଗ ହୋଇଛି । ଏହାପରେ ନାବାଳିକା ଜଣକ କୁମ୍ଭାର ପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।