ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଧୋନୀ କ୍ରିକେଟରୁ ସନ୍ୟାସ ନେବାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଇତି ମଧ୍ୟରେ ଧୋନୀଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ ଭାରତୀୟ ଦଳ ସହିତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଧୋନୀ ଯିବେ ନାହିଁ । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା ଜୁଲାଇ ୨୧ ରେ ହେବ ।
ସେପଟେ ଶନିବାର ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଉପଲବ୍ଧ ରହିବେନି ବୋଲି ଜଣାଇଛନ୍ତି । ଆଗାମୀ ସିରିଜ୍ ରେ ସେ ଭାରତୀୟ ଦଳ ସହିତ ରହିବେ ନାହିଁ ।
ପାରାମିଲିଟ୍ରି ଫୋର୍ସର ପ୍ୟାରାସୁଟ୍ ରେଜିମେଂଟରେ ଧୋନୀ ଜଣେ ଲେଫ୍ଟିନେଣ୍ଟ କର୍ନଲ । ବିସିସିଆଇର ଜଣେ ଶୀର୍ଷ ଅଧିକାରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି କି ଧୋନୀ ତାଙ୍କ ରେଜିମେଂଟ ସହିତି ଆଗାମୀ ଦୁଇ ମାସ ଯାଏଁ ରହିବେ ଏବଂ ସେନାଙ୍କ ପାଇଁ ସେବା କରିବେ । ସେଥିପାଇଁ ଧୋନି ଦୁଇ ମାସ ଯାଏଁ କ୍ରିକେଟରୁ ଦୁରେଇ ରହିବେ କିନ୍ତୁ ସେ ଏବେ କ୍ରିକେଟରୁ ସନ୍ୟାନ ନେଉ ନାହାନ୍ତି ।