ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀ ଆମ୍ରପଲି ଗ୍ରୁପ୍ ବିରୋଧରେ ସୁପ୍ରମି କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରୁପ୍ ର ବ୍ରାଣ୍ଡି୍ଗ ଏବଂ ମାର୍କେଟିଙ୍ଗ ରେ ରହିଯାଇଥିବା ୪୦ କୋଟିର ବଳକା ରାଶି ପାଇଁ ଏହି ମାମଲାରେ ଯେପରି କୋର୍ଟ ହସ୍ତକ୍ଷପ କରୁ ସେନେଇ ଧୋନୀ ଦାବି କରିଛନ୍ତି ।
ବର୍ଷ ୨୦୦୯ରେ ଆମ୍ରପଲି ଗ୍ରୁପ୍ ସହ ଧୋନୀ ଅନେକ ଡିଲ୍ କରିଥିଲେ । ଏହାସହିତ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ମଧ୍ୟ ହୋଇଥିଲେ । କମ୍ପାନୀ ସହିତ ୬ ବର୍ଷ କାଳ ଧୋନୀ ଯୋଡି ହୋଇଥିଲେ । କିନ୍ତୂ ୨୦୦୬ରେ ଯେତେବେଳେ କମ୍ପାନୀ ଉପରେ ଗ୍ରାହକଙ୍କୁ ଠକିବାର ଅଭିଯୋଗ ଲଗାଗଲା, ସେବେ ଧୋନୀ ଆମ୍ରପଲି ଗ୍ରୁପ୍ ରୁ ଅଲଗା ହୋଇଯାଇଥିଲେ ।
ଧୋନିଙ୍କ ପତ୍ନୀ ମଧ୍ୟ ଏହି ଗ୍ରୁପ୍ ର ଚ୍ୟାରିଟି କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏହି ମାମଲାରେ ଆମ୍ରପଲି ଗ୍ରୁପ୍ କୁ ଟାର୍ଗେଟ କରି ସୁପ୍ରିିମ କୋର୍ଟ ଫେବ୍ରୁଆର ୨୮ ରେ ଗ୍ରୁପ୍ ର ସିଏମଡି ଅନୀଲ ଶର୍ମା , ଦୁଇ ଜଣ ନିର୍ଦ୍ଦେଶକ ଶିବ ପ୍ରିୟ ଏବଂ ଅଜୟ କୁମାରକୁ ପୋଲିସ ଅଧଇନକୁ ପଠାଇଦେଇଥିଲେ ।
ଏହି ମାମଲାରେ ଧୋନୀ କୋର୍ଟରେ କହିଛନ୍ତି କି, ଆମ୍ରପଲି ଗ୍ରୁପ୍ ତାଙ୍କ ସହିତ ଅନେକ ଡିଲ୍ କରିଛି, କିନ୍ତୁ ତାଙ୍କ ସେବା ପାଇଁ ତାଙ୍କୁ ଟଙ୍କା ଦିଆଯାଇ ନାହିଁ ।