ରାଞ୍ଚି (ଏଟିଆର ବ୍ୟୁରୋ); ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକଙ୍କ ପ୍ରଂଶସକ ସଂଖ୍ୟା ସମସ୍ତଙ୍କଠାରୁ ଅଧିକ ରହିଛି । ତେବେ ଏହି ଧୋନୀ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର । ଆଉ ଭାରତ ମାଟିରେ ନିଜ ପ୍ରିୟ ଖେଳାଳିଙ୍କୁ ଭାରତୀୟ ଜର୍ସିରେ ଦେଖିବାକୁ ପାଇବେନି ଦର୍ଶକ । ଧୋନିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଦିନିକିଆରୁ ବିଶ୍ରାମ ଦେଇଛି ଦଳ । ସେପଟେ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ହେଉଛି ଶେଷ ସିରିଜ । ତେବେ ବିଶ୍ୱକପ ପରେ ଧୋନି ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି । ଏଣୁ ଶେଷ ଦୁଇଟି ଦିନିକିଆରୁ ବିଶ୍ରାମ ଦେବା ପରେ ଭାରତୀୟ ମାଟିରେ ଧୋନିଙ୍କ ଶେଷ ଖେଳ ବୋଲି ଶୁଣିବାକୁ ମିଳୁଛି ।
ବିଶ୍ୱକପ ପୂର୍ବରୁ ଧୋନିଙ୍କୁ ବିଶ୍ରାମ ଦେଇଛି ଦଳ । ଧୋନିଙ୍କ ସ୍ଥାନରେ ଦଳରେ ଯୁବ ଖେଳାଳି ପନ୍ଥଙ୍କୁ ସ୍ଥାନ ଦିଆଯାଇଛି । ତେବେ ବିଶ୍ୱକପ ପରେ ଧୋନିଙ୍କ ଅବସର ଘୋଷଣାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଧୋନି ପ୍ରେମୀମାନେ କହୁଛନ୍ତି କି ଏତେ ଜଲଦି ଅବସର ନେବା ଠିକ ନୁହେଁ । ଆମେ ଚାହୁଁଛୁ ଆଉ କିଛି ଦିନ ଆପଣ କ୍ରିକେଟ ଖେଳନ୍ତୁ । କେତେକ ଧୋନି ପ୍ରେମି ନିଜର ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଧୋନିଙ୍କ ଅବସରକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେ କହିଛନ୍ତି ଧୋନି ଏବେ ଭଲ ଫର୍ମ ଏଣୁ ଅବସର ନେବା ଭାରତ ପାଇଁ କ୍ଷତିକାରକ । ଖେଳ ଆଗରେ ବୟସ ଦେଖାଯାଇ ନଥାଏ ।
ଭାରତକୁ ଦୁଇଟି ବିଶ୍ୱକପ ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନି । ପ୍ରଥମେ ୨୦୦୭ ମସିହାରେ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ ଦେଇଥିବା ବେଳେ ଭାରତରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ ମଧ୍ୟ ଭାରତକୁ ଦେଇଛନ୍ତି ଧୋନି । କପିଲ ଦେବଙ୍କ ପରେ ଦ୍ୱିତୀୟ ଥର ଲାଗି ବିଶ୍ୱକପ ଭେଟି ଦେଇଥିଲେ ଧୋନି । ବ୍ୟାଟିଂ ଏବଂ ୱିକେଟ ରକ୍ଷକ ଭାବରେ ବିଶ୍ୱ କ୍ରିକେଟରେ ବେଶ ପରିଚିତ । ସମଗ୍ର ବିଶ୍ୱରେ ତାଙ୍କର ବହୁତ ଫ୍ୟାନ୍ସ ମଧ୍ୟ ରହିଛନ୍ତି । ଏଣୁ ଧୋନିଙ୍କ ଅବସର ଘୋଷଣାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି କ୍ରିକେଟ ପ୍ରେମୀ ।