ଚେନ୍ନାଇ (ଏଟିଆର ବ୍ୟୁରୋ); ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଚେନ୍ନାଇକୁ ଧୂଳି ଚଟାଇଲା ମୁମ୍ବାଇ । ଚଳିତ ଆଇପିଏଲର ୪୪ତମ ମ୍ୟାଚରେ ମୁମ୍ବାଇ ବଡ ବିଜୟ ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ଧର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଚମକ୍ରାର ବୋଲିଂ ମୁମ୍ବାଇକୁ ବିଜୟ ସୁନିଶ୍ଚିତ ହୋଇଛି । ଚେନ୍ନାଇ ୧୨ଟି ମ୍ୟାଚରୁ ଚତୁର୍ଥ ପରାଜୟ ହୋଇଥିଲେ ସୁଦ୍ଧା ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଅପରପକ୍ଷରେ ମୁମ୍ବାଇ ସପ୍ତମ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଲମ୍ପ ମାରିଛି । ଦିଲ୍ଲୀ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସି ଯାଇଛି ।
ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୪ୱିକେଟ ହରାଇ ୧୫୫ ରନ କରିଥିଲା । ଦଳର ଅଧିନାୟକ ରୋହିତ ସର୍ବାଧିକ ୬୭ ରନ କରିଥିଲେ । ଶେଷ ସମୟରେ ପାଣ୍ଡ୍ୟା ବ୍ରଦର୍ସ ଏବଂ ପୋଲାର୍ଡଙ୍କ ସ୍କୋର ଦଳୀୟ ରନକୁ ବଢ଼ାଇଥିଲା । ତେବେ ଚେନ୍ନାଇ ବୋଲରମାନେ ମଧ୍ୟ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ସାନଣ୍ଟର ୨ଟି,ତାହିର ଏବଂ ଚହର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ମାତ୍ର ୧୫୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିବା ପାଇଁ ଯାଇ ୧୦୯ ରନରେ ଅଲଆଉଟ ହୋଇଯାଇଥିଲା । ପ୍ରଥମରୁ ମ୍ୟାଚ ଚେନ୍ନାଇ ପକ୍ଷରେ ଯିବ ବୋଲି ସମସ୍ତେ ଆଶା ରଖିଥିଲେ । କିନ୍ତୁ ମୁମ୍ବାଇ ବୋଲର ସବୁ ଭୁଲ ପ୍ରମାଣିତ କରାଇ ଦେଇଥିଲେ । ୧୮ ଓଭର ମଧ୍ୟରେ ଚେନ୍ନାଇର ସମସ୍ତ ୱିକେଟ ସଫା କରିଦେଇଥିଲେ । ତେବେ ଗତକାଲି ମ୍ୟାଚରେ ଧୋନି,ଡୁପ୍ଳେସି ଏବଂ ଜାଡେଜା ଖେଳୁନଥିଲେ । ଯାହାକି ମୁମ୍ବାଇ ପାଇଁ ପ୍ଳସ ପଏଣ୍ଟ ହୋଇଥିଲା ।