ମୁମ୍ବାଇ (ଏଟିଆର ବ୍ୟୁରୋ); ସୋମବାର ଦ୍ୱାଦଶ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବା ପାଇଁ ଯାଉଛି । ବାଙ୍ଗାଲୋର ଯଦି ଆଜିର ମ୍ୟାଚ ହାରେ ତେବେ ସିରିଜରୁ ବାହାର ହୋଇଯିବ । ଦଳ ୭ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ବିଜୟ ହୋଇଛି । ଏଣୁ ଆଜିର ମ୍ୟାଚ ଜିତି ପୁଣିଥରେ ସିରିଜକୁ ଫେରିବା ପାଇଁ ଚେଷ୍ଠା କରିବ ବିରାଟ ବାହିନୀ । ଦଳରେ ବ୍ୟାଟିଂ ଭଲ ରହିଥିଲେ ସୁଦ୍ଧା ବୋଲିଂ ଟିକେ ଧିମା ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ ୭ଟି ମ୍ୟାଚ ଖେଳି ୪ଟି ବିଜୟ ହୋଇଛି । ଦଳ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ତେବେ ଆଜି ଯଦି ମୁମ୍ବାଇ ଜିତେ ତାହେଲେ ଦଳ ତିନି ନମ୍ବରକୁ ଉଠିବ । ଦଳରେ ଅଲରାଉଣ୍ଡର ଖଚିତ ଥିବାରୁ ମ୍ୟାଚ ଶେଷ ପର୍ଯ୍ୟନ୍ତ ମୁମ୍ବାଇ ଅକ୍ତିଆରରେ ରହିଥିଲେ । ତେବେ ଘରୋଇ ପରିବେଶରେ ଦଳ ଖେଳିବା ପାଇଁ ଯାଉଥିବାରୁ ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି ।
ଆଜିର ମ୍ୟାଚରେ କୋହଲି ଏବଂ ଡିଭିଲିୟର୍ସଙ୍କ ଉପରେ ବାଙ୍ଗାଲୋର ଭରଷା ରଖିବ । ତେବେ ମୁମ୍ବାଇ ବୁମରାଙ୍କୁ ମୁଖ୍ୟ ଅସ୍ତ୍ର କରି ସେମାନଙ୍କ ବିପକ୍ଷରେ ଲଗାଇବ । ଦସ୍ୱବ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ବାଙ୍ଗାଲୋର ଶେଷ ମ୍ୟାଚରେ ବିଜୟ ହୋଇ ଚଳିତ ବର୍ଷ ଆଇପିଏଲରେ ପ୍ରଥମ ବିଜୟର ସ୍ୱାଦ ଛାଖିଛି ।