ମୁମ୍ବାଇ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲର ୫୧ତମ ମ୍ୟାଚରେ ମୁମ୍ବାଇକୁ ଭେଟିବ ହାଇଦ୍ରାବାଦ । ଦୁଇଦଳ ପ୍ଳେଅଫ ପାଇଁ ଲଢ଼େଇ କରୁଛନ୍ତି । ଏଣୁ ଆଜିର ମ୍ୟାଚଟି ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ମୁମ୍ବାଇ ଆଜି ଯଦି ବିଜୟ ହୁଏ ତେବେ ତୃତୀୟ ଦଳ ଭାବରେ ପ୍ଳେଅଫରେ ସ୍ଥାନ ପକ୍କା କରିବ । ପୂର୍ବରୁ ଦିଲ୍ଲୀ ଏବଂ ଚେନ୍ନାଇ କ୍ୱାଲିଫାଇ ହୋଇସରିଛନ୍ତି । ତେବେ ହାଇଦ୍ରାବଦ ବିଜୟ ହେଲେ ମଧ୍ୟ ଶେଷ ମ୍ୟାଚକୁ ଅପେକ୍ଷା କରିବା ପାଇଁ ପଡିବ । ମୁମ୍ବାଇ ଆଜିର ମ୍ୟାଚ ବିଜୟ ହେଲେ ଦ୍ୱିତୀୟ ସ୍ଥାନକୁ ଉଠିବ । ଦିଲ୍ଲୀ ୮ଟି ବିଜୟ ହୋଇଥିଲେ ସୁଦ୍ଧା ମୁମ୍ବାଇ ବିଜୟ ହେଲେ ନେଟରନରେଟ ଉପରେ ରହିବ ।
ଚଳିତ ବର୍ଷ ମୁମ୍ବାଇ ୧୨ଟି ମ୍ୟାଚରୁ ୭ଟି ବିଜୟ ସହ ୧୪ ପଏଣ୍ଟ ପାଇ ପାଇଛି । ଅପରପକ୍ଷରେ ହାଇଦ୍ରାବାଦ ୧୨ଟି ମ୍ୟାଚରୁ ୧୨ ପଏଣ୍ଟ ପାଇଛି । ଦୁଇ ଦଳର ଖେଳାଳିମାନେ ଜବରଦସ୍ତ ଫର୍ମରେ ଅଛନ୍ତି । ମୁମ୍ବାଇରେ ଅଲରାଉଣ୍ଡର ଖଚିତ ଅଛନ୍ତି । ଘରୋଇ ପରିବେଶରେ ଦଳ ଖେଳିବା ପାଇଁ ଯାଉଥିବାରୁ ବିଜୟ ହେବାର ଆଶା ଅଧିକ ରହିଛି । ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । କୋଲକାତା ବିପକ୍ଷ ଶେଷ ମ୍ୟାଚରେ ଛକା ଚୌକା ମାରି ଦର୍ଶକଙ୍କ ଫୁଲ ମନୋରଞ୍ଜନ କରିଥିଲେ ।
ହାଇଦ୍ରାବାଦର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ ୱାଣ୍ଣର ମଧ୍ୟ ଭଲ ଫର୍ମରେ ରହିଛନ୍ତି । ତେବେ ଚେଳିତ ବର୍ଷ ସର୍ବାଧିକ ସ୍କୋର କରି ଅରେଞ୍ଜ କ୍ୟାପ ଲିଷ୍ଟରେ ଆଗରେ ରହିଛନ୍ତି । ଆଜିର ମ୍ୟାଚରେ ମୁମ୍ବାଇର ପାଣ୍ଡ୍ୟା ବ୍ରଦର୍ସ,ରୋହିତ ଶର୍ମା,ବୁମରା ଏବଂ ମାଲିଙ୍ଗା ଉପରେ ଭରଷା କରୁଥିବା ବେଳେ ହାଇଦ୍ରାବାଦ ମନୀଷ ପାଣ୍ଡେ,ରସିଦ ଖାନ ଏବଂ ୱାଣ୍ଣରଙ୍କ ଉପରେ ଭରଷା ରଖିବ ।