ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱ ଆଥଲେଟ୍ସ ଚାମ୍ପିଅନସିପରେ ଇତିହାସ ରଚିଲେ ନୀରଜ ଚୋପ୍ରା । ବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ସୂର୍ଣ୍ଣ ପଦକ ହାସଲ କରିଛନ୍ତି ସୁନା ପୁଅ ନୀରଜ । ପ୍ରଥମ ଭାରତୀୟ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି ।
ଜାଭଲିନ ଫାଇନାଲରେ ନୀରଜ ତାଙ୍କ ତାଙ୍କର ପ୍ରଥମ ପୟାସରେ ବିଫଳ ହେବା ପରେ ଦ୍ୱିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍ ଫିଙ୍ଗି ଏହି ସଫଳତା ହାସଲ କରିଛନ୍ତି । ପାରମ୍ପରିକ ପ୍ରତିଦ୍ଵଦ୍ଵୀ ପାକିସ୍ତାନର ଅର୍ଶଦ ନଦୀମ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୭.୮୨ ମିଟରରେ ରୌପ୍ୟ ପଦକ ଜିତିଥିଲେ ଓ ଚେକ୍ ରିପବ୍ଲିକର ଜାକବ ଭାଡଲେଜ୍ ୮୬.୬୭ ମିଟରରେ ବ୍ରୋଞ୍ଜ ନେଇଥିଲେ । ନୀରଜଙ୍କ ଏହି ଐତିହାସିକ ସଫଳତାରେ ଦେଶ ଉତ୍ସବମୁଖର ହୋଇଛି। ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି ।