ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପର ୨୫ତମ ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଭେଟା ଭେଟି ହେବାକୁ ଯାଉଛନ୍ତି । ଆଜିର ମ୍ୟାଚଟି ଦକ୍ଷିଣ ଆଫ୍ରିକା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ଯଦି ଦଳ ହାରିଯାଏ ତେବେ ବିଶ୍ୱକପ ସେଫିଫାଇନାଲ ଆଶା ଏକ ପ୍ରକାର ମଉଳି ଯିବ । ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚରୁ ୩ ପଏଣ୍ଟ ପାଇଛି । ଦଳ ଆଫଗାନିସ୍ତାନଠାରୁ କେବଳ ଜିତିଛି । ବାକି ଗୋଟିଏ ମ୍ୟାଚ ବାତିଲ ହୋଇଥିବା ବେଳେ ୩ଟି ମ୍ୟାଚ ହାରିଛି । ଇଂଲଣ୍ଡ,ଭାରତ ଏବଂ ବାଲାଂଦେଶଠାରୁ ହାରିଛି ଦକ୍ଷିଣ ଆଫ୍ରିକା ।
ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ପ୍ରଥମରୁ ଭଲ ଖେଳ ପ୍ରଦର୍ଶନ କରିଛି । ଦଳ ୪ଟି ମ୍ୟାଚରୁ ୩ଟି ବିଜୟ ହୋଇଛି । କେବଳ ଭାରତ ବିପକ୍ଷ ମ୍ୟାଚରେ ବାଧକ ସାଜିଥିଲା ବର୍ଷା । ଏଣୁ ଉଭୟ ଦଳ ପଏଣ୍ଟ ଭାଗ ବାଣ୍ଟିଥିଲେ । ଦଳ ୪ଟି ମ୍ୟାଚରୁ ୭ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି ।
ଆଜିର ମ୍ୟାଚଟି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ନ୍ୟୁଜିଲାଣ୍ଡ ମ୍ୟାଚ ଜିତିଲେ ପଏଣ୍ଟ ଟେବୁଲରେ ଟପକୁ ଉଠିବ । ଇଂଲଣ୍ଡ ୮ ପଏଣ୍ଟ ପାଇଥିବା ବେଳେ ନ୍ୟୁଜିଲାଣ୍ଡ ଜିତିଲେ ୯ ପଏଣ୍ଟ ହେବ । ତେବେ ନ୍ୟୁଜିଲାଣ୍ଡ ଦଳ ଏବେ ଦମଦାର ଫର୍ମରେ ଅଛି । ଭାରତ ଭଳି ଗୋଟିଏ ବି ମ୍ୟାଚ ହାରି ନାହିଁ ନ୍ୟୁଜିଲାଣ୍ଡ । ଦକ୍ଷିଣ ଆଫ୍ରିକାର ଦୁର୍ବଳ ଖେଳର ଫାଇଦା ନେବାକୁ ଚେଷ୍ଟା କରିବ ଦଳ । ଦକ୍ଷିଣ ଆଫ୍ରିକା ବୋଲିଂରେ ମୁଖ୍ୟତଃ ରାବାଦାଙ୍କ ଉପରେ ଭରଷା ରଖିବ ।