ମାଉଣ୍ଟ ମାଙ୍ଗାନୁଇ (ଏଟିଆର ବ୍ୟୁରୋ); ତୃତୀୟ ଦିନିକିଆରେ ୨୪୩ ରନରେ ଅଲ ଆଉଟ ହୋଇ ଯାଇଛି ଘରୋଇ ନ୍ୟୁଜିଲାଣ୍ଡ । ଭାରତ ଆଗରେ ୨୪୪ ରନର ବିଜୟ ଲକ୍ଷ ରହିଛି । ଭାରତ ପକ୍ଷରୁ ଦୁଇ ଓପନର ବ୍ୟାଟ୍ସ ମ୍ୟାନ ରୋହିତ ଏବଂ ଧାୱନ ବ୍ୟାଟିଂ କରିବା ପାଇଁ ପଡିଆରେ ମହଜୁଦ ଅଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ଗୋଟିଏ ଓଭର ସମୁଖୀନ ହୋଇ ମାତ୍ର ୩ ରନ କରିବାରେ ସକ୍ଷମ ହୋଇଛି । ଧାୱନ ବ୍ୟକ୍ତିଗତ ୨ ରନ କରିଥିବା ବେଳେ ରୋହିତ ୧ ରନ କରି ପଡିଆରେ ମହଜଦ ଅଛନ୍ତି । ତେବେ ଏହି ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଉପରେ ଦଳ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଛି । କାରଣ ପୂର୍ବ ଦୁଇଟି ମ୍ୟାଚରେ ଏହି ଦୁଇ ଖେଳାଳି ଦଳକୁ ବିଜୟ ଦେଇଥିଲେ । ଏବଂ ବ୍ୟାଟିଂରେ ଭଲ ଖେଳ ପ୍ରଦର୍ଶନ କରିଥିଲେ । ସେପଟେ ଆଜିର ମ୍ୟାଚଟି ଯଦି ଭାରତ ଜିତି ଯାଏ ତେବେ ଭାରତ ସିରିଜ ହାତେଇ ନେବ । ୫ଟି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚ ବିଜୟ ହୋଇସାରିଛି ।
ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ଦେଇ ମାତ୍ର ୨୪୩ ରନ କରିବାରେ ସକ୍ଷମ ହୋଇଥିଲା । ଏହି ସ୍କୋରକୁ କରିବା ପାଇଁ ଦଳ ୪୯ ଓଭର ଖେଳି ସମସ୍ତ ୱିକେଟ ହରାଇ ଦେଇଛି । ଘରୋଇ ଦଳ ପକ୍ଷରୁ ରସ ଟେଲର ସର୍ବାଧିକ ୯୩ ରନ ସଂଗ୍ରହ କରିଛନ୍ତି । ତାଙ୍କ ପଛକୁ ଲାଥମ ୫୧ ରନ କରିଛନ୍ତି । ତେବେ ବାକି କୌଣସି ଖେଳାଳି ଅର୍ଦ୍ଧ ଶତକ କରିନାହାଁନ୍ତି । ଭାରତୀୟ ଦଳ ପକ୍ଷରୁ ମହମଦ ସାମି ୩ଟି ୱିକେଟ ନେଇଥିବା ବେଳେ ପାଣ୍ଡ୍ୟା,ଭୁବନେଶ୍ୱର କୁମାର ଏବଂ ଚହଲ ୨ଟି ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି । ତେବେ ସବୁ ମ୍ୟାଚରେ ଭଲ ୱିକେଟ ନେଉଥିବା କୁଲଦୀପ ଯାଦବ ଏହି ମ୍ୟାଚରେ କୌଣସି ୱିକେଟ ପାଇ ନାହାଁନ୍ତି ।