କଟକ (ଏଟିଆର ବ୍ୟୁରୋ); ଶନିବାର ବାରବଟି ଷ୍ଟାଡିୟମରେ ବେଙ୍ଗଲକୁ ଭେଟିବ ଓଡିଶା । ଚଳିତ ବର୍ଷ ଓଡିଶାର ଶେଷ ଲିଗ ମ୍ୟାଚ । ଓଡିଶା ପୂର୍ବରୁ ୬ଟି ମ୍ୟାଚ ଖେଳି ୩ଟି ବଜୟ ହୋଇଥିବା ବେଳେ ୩ଟି ପରାଜୟ ହୋଇଛି । ଛତିଶଗଡ,ହରିୟାଣା ଏବଂ କର୍ଣ୍ଣାଟକ ଠାରୁ ଓଡିଶା ହାରିଥିବା ବେଳେ ଆସାମ,ମିଜୋରାମ ଏବଂ ଅରୁଣାଞ୍ଚଳ ପ୍ରଦେଶକୁ ହରାଇଛି ଓଡିଶା । ତେବେ ଆସନ୍ତା କାଲିର ମ୍ୟାଚଟି ଓଡିଶା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଏହି ମ୍ୟାଚ ହିଁ ଓଡିଶା ଆଗାମି ମ୍ୟାଚର ଦିଗ ସୂଚେଇବ । ତେବେ ବେଙ୍ଗଲ ଭଳି ଶକ୍ତିଶାଳି ଦଳ ଶେଷ ମ୍ୟାଚରେ ଥିବାରୁ ଓଡିଶା ଜିତିବା କଷ୍ଟକର ହୋଇଯିବ ।
ଚଳିତ ବର୍ଷ ଦୁର୍ବଳ ଟିମ ସହିତ ଓଡିଶା ଭଲ ପ୍ରଦର୍ଶନ କରିଥିବା ବେଳେ ଶକ୍ତିଶାଳି ଦଳ ଆଗରେ ଧରାଶାୟୀ ହୋଇଛି । ଦଳର ବୋଲିଂ ଲାଇନ ଶକ୍ତିଶାଳି ଥିବା ବେଳେ ବ୍ୟାଟିଂ ଲାଇନଅପ ଟିକେ ଦୁର୍ବଳ ରହିଥିବା ଦେଖିବାକୁ ମିଳିଛି । ଓଡିଶା ବିଜୟ ହେବା ପାଇଁ ମଧ୍ୟକ୍ରମ ବ୍ୟାଟିଂ ଦୃଢ଼ କରିବା ପାଇଁ ପଡିବ । ମଙିରେ ଯେଉଁ ତିନୋଟି ମ୍ୟାଚ ଓଡିଶା ବିଜୟ ହୋଇଛି ତାହା ବୋଲରଙ୍କୁ ଶ୍ରେୟ ଯିବ । କାରଣ ବୋଲରମାନେ ମାତ୍ର ୧୦୦ ଭିତରେ ପ୍ରତିପକ୍ଷ ଟିମକୁ ରଖିଥିଲେ । ଏଣୁ ଛୋଟ ସ୍କୋରକୁ ଅତିକ୍ରମ କରିବା ପାଇଁ ଓଡିଶାକୁ ସହଜ ହୋଇଥିଲା । କିନ୍ତୁ ବେଙ୍ଗଲ ଭଳି ଶକ୍ତିଶାଳି ଦଳକୁ ହରାଇବା ଓଡିଶା ପାଇଁ କଷ୍ଟସାଧ୍ୟ ହୋଇଯିବ । ତଥାପି ଘରୋଇ ମାଟିରେ ଓଡିଶା ଖେଳୁଥିବାରୁ ଓଡିଶାର ପଲ୍ଲା ଭାରି ରହିବା ସହିତ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ଓଡିଶା କ୍ରିକେଟ ପ୍ରେମୀ ।