କଟକ (ଏଟିଆର ବ୍ୟୁରୋ); ଚଳିତ ବର୍ଷ ସୟଦ ମୁଷ୍ଟାକ ଅଲ୍ଲି ଟ୍ରଫିରେ ଓଡିଶାର ଦ୍ୱିତୀୟ ବିଜୟ ହୋଇଛି । ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଅରୁଣାଞ୍ଚଳ ପ୍ରଦେଶକୁ ୮ ୱିକେଟରେ ହରାଇଛି ଓଡିଶା । ଅଭିଶେକ ରାଉତ ଏବଂ ସନ୍ଦୀପ ପଟ୍ଟନାୟକ ଯୋଡି ଓଡିଶାକୁ ବିଜୟ ଦେଇଛନ୍ତି । ଅଭିଶେକ ବ୍ୟକ୍ତିଗତ ୪୧ ରନ କରିଥିବା ବେଳେ ସନ୍ଦୀପ ୨୮ ରନ କରିଛନ୍ତି । ରବିବାର ଓଡିଶା କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ମିଜୋରାମକୁ ୯ ୱିକେଟରେ ହରାଇଥିଲା । ଆଜି ପୁଣି ୮ୱିକେଟରେ ବିଜୟ ହେବା ପରେ ଦଳକୁ ବହୁତ ପ୍ରଂଶସା କରିଛନ୍ତି ଓଡିଶା କ୍ରିକେଟ ପ୍ରେମୀ ।
ଭ୍ରମଣକାରୀ ଅରୁଣାଚଳପ୍ରଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୯ ଓଭର ୪ଟି ବଲରେ ମାତ୍ର ୭୫ ରନ କରି ଅଲଅଶଉଟ ହୋଇ ଯାଇଥିଲା । ଅରୁଣାଞ୍ଚପ୍ରଦେଶ ପକ୍ଷରୁ ମାତ୍ର ଦୁଇଜଣ ଖେଳାଳି ଦୁଇ ଅଙ୍କ ଛୁଇଁଥିଲେ । ମାତ୍ର ଆଉ ବାକି ଖେଳାଳି ଓଡିଶା ବୋଲିଂ ଆଗରେ ହାର ମାନିଥିଲେ । ଓଡିଶା ପକ୍ଷରୁ ଦେବୋବ୍ରତ ପ୍ରଧାନ ୩ଟି,ବିପ୍ଳବ ସାମନ୍ତରାୟ ଏବଂ ରାଜେଶ ମହାନ୍ତି ୨ଟି ଲେଖାଏଁ ୱିକେଟ ଅକ୍ତିିଆର କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ଅଭିଶେକ ରାଉତ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି । ତେବେ ଓଡିଶା ଆଗରେ ଥିବା ଏହି ଛୋଟ ସ୍କେରକୁ ଅତିକ୍ରମ କରି ବିଜୟ ହେବା ପାଇଁ ୧୩ ଓଭର ଗୋଟିଏ ବଲର ଆବଶ୍ୟକତା ହୋଇଥିଲା । ଓଡିଶା ମାତ୍ର ୨ଟି ୱିକେଟ ହରାଇ ଏହି ବିଜୟକୁ ହାସଲ କରିଥିଲା ।
ଚଳିତ ବର୍ଷ ଓଡିଶା ଛତିଶଗଡଠାରୁ ୧୦ ୱିକେଟରେ ଏବଂ ହରିୟାଣାଠାରୁ ୧୦ ରନରେ ହାରିଛି । କିନ୍ତୁ ମିଜୋରାମକୁ ୯ୱିକେଟରେ ହରାଇଥିବା ବେଳେ ଆଜି ଅରୁଣାଞ୍ଚଳପ୍ରଦେଶକୁ ୮ୱିକେଟରେ ହରାଇଛି । ଆଗାମୀ ମ୍ୟାଚ ଗୁଡିକ ଓଡିଶାର କଷ୍ଟ ଟିମ ସହିତ ରହିଛି । ଆସାମ,ବେଙ୍ଗଲ ଏବଂ କଣ୍ଣାଟକ ଭଳି ବଡ ଟିମ ସହିତ ଭଲ ଫର୍ମରେ ଥିବା ଦଳ ସହିତ ଭେଟିବ ।