ବର୍ମିଂହାମ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡର ବିଜୟରେ ରୋକ ଲଗାଇଛି ପାକିସ୍ତାନ । ୭ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ପରାଜୟ ବରଣ କରିଛି । ଦଳ ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଗତକାଲି ମ୍ୟାଚ ଜିତିଥିଲେ ଦଳ ସେମିଫାଇନାଲରେ ପହଁଞ୍ଚି ଯାଇଥାଆନ୍ତା । କିନ୍ତୁ ପାକିସ୍ତାନ ଏଥିରେ ବ୍ରେକ ଲଗାଇଛି । ଏବଂ ନିଜର ସେମିଫାଇନାଲ ରାସ୍ତାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି ।
ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୬ ୱିକେଟ ହରାଇ ୨୩୭ ରନ କରିବାରେ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡ ୨୪ ରନ୍ରେ ଦୁଇ ପ୍ରାରମ୍ଭିକ ଖେଳାଳିଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ମାର୍ଟିନ ଗପ୍ଟିଲ (୫) ଏବଂ କଲିନ ମୁନ୍ରୋ (୧୨) ପୁଣି ଥରେ ନିରାଶ କରିଥିଲେ। ଅଭିଜ୍ଞ ରସ୍ ଟେଲର (୩) ଓ ଟମ୍ ଲାଥାମ (୧) ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଜେମ୍ସ ନୀସାମ (୯୭ଞ୍ଚ) ଓ କଲିନ୍ ଡି’ ଗ୍ରାଣ୍ଢୋମେ (୬୪)ଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ରେ ହୋଇଥିବା ୧୩୨ ରନ୍ ଭାଗୀଦାରି ବଳରେ ହିଁ ନ୍ୟୁଜିଲାଣ୍ଡ ୨୦୦ ରନ୍ ଟପିଥିଲା।
ପାକିସ୍ତାନ ସମ୍ମୁଖରେ ୨୩୮ ରନ୍ର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଥିଲା। ପାକିସ୍ତାନ ଏହାକୁ ବାବର ଆଜମଙ୍କ ଶତକ (୧୦୧ଞ୍ଚ) ଓ ହାରିସ୍ ସୋହେଲ (୬୮)ଙ୍କ ଅର୍ଧଶତକ ବଳରେ ୪୯.୧ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅଧିନାୟକ ସର୍ଫରାଜ ଖାନ୍ ଚୌକା ମାରି ପାକିସ୍ତାନର ବହୁମୂଲ୍ୟ ବିଜୟରେ ମୁଣ୍ଡି ମାରିଥିଲେ। ପାକିସ୍ତାନ ସପ୍ତମ ମ୍ୟାଚ୍ରୁ ତୃତୀୟ ବିଜୟ ପାଇଥିଲା।