ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟ ବିଶ୍ୱକପ ୨୦୧୯ ରୁ ପାକିସ୍ତାନ ଆଉଟ୍ ହୋଇସାରିଛି । ଏହି ମ୍ୟାଚରେ ପାକିସ୍ତାନର ପ୍ରଦର୍ଶନ ବହୁତ ନିରାଶଜନକ ଥିଲା । ଯେଉଁଥି ପାଇଁ ଶେଷ ଚାରିରେ ସ୍ଥାନ ବନାଇପାରିଲାନି । ଏହାପରେ ପାକିସ୍ତାନକୁ ଘରକୁ ଫେରିବାକୁ ପଡିଥିଲା । ସେପଟେ ହାରିଲା ପରେ ବି ପାକିସ୍ତାନ ତାର କୂଟନୀତି ମନଭାବ ଛାଡିନି । ଏବେ ଭାରତୀୟ ଟିମ୍ କୁ ନେଇ କମେଂଟ କରୁଛି । ପାକିସ୍ତାନର ପୂର୍ବ କ୍ରିକେଟର ଏବଂ କ୍ରିକେଟ ଏକ୍ସପର୍ଟ ମୋଇନ ଖାଁ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ।
ଏକ ସ୍ପୋଟର୍ସ ସୋ’ରେ ମୋଇନ ଖାଁ ଭାରତୀୟ ଟିମ୍ ଉପରେ ଆରୋପ ଲଗାଇ କହିଛନ୍ତି କି ଶ୍ରୀଲଙ୍କା ବିପକ୍ଷରେ ମୋହମ୍ମଦ ସାମୀଙ୍କ ସହିତ ଭେଦଭାବ କରାଯାଇଛି ଏବଂ ମୁସଲମାନ ହେବା ଯୋଗୁଁ ତାଙ୍କୁ ଜାଣି ଶୁଣି ପ୍ଲେଇଂ ଇଲେଭେନ୍ ରୁ ବାହାର କରି ଦିଆଯାଇଛି ।
ସେ ଅଭିଯୋଗ କରିଛନ୍ତି କି , ‘ମୋହମ୍ମଦ ସାମି ବହୁତ ଭଲ ପ୍ରଦର୍ଶନ କରୁଥିଲେ, କିନ୍ତୁ ସେ ମୁସଲମାନ ହେବା ଯୋଗୁଁ ତାଙ୍କୁ ପ୍ଲେଇଂ ଇଲେଭେନ୍ ରୁ ବାହାର କରି ଦିଆଯାଇଛି । ଏହା ପଛରେ ଭାରତୀୟ ଜନତା ପାର୍ଟିର ହାତ ରହି ଥାଇପାରେ । ବିଜେପି ଚାପରେ ସାମିଙ୍କୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦଳରୁ ବାହାର ହେବାକୁ ପଡିଛି ।’
ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତୀୟ ଟିମ୍ ପକ୍ଷରୁ ଦୁଇଟି ପରିବର୍ତ୍ତନ କରାଯାଇଥିଲା । ୟୁଜବେନ୍ଦ୍ର ଚହଲଙ୍କ ବଦଳରେ କୂଳଦୀପ ଯାଦବଙ୍କୁ ପ୍ଲେଇଂଇଲେଭେନ୍ ରେ ସ୍ଥାନ ମିଳିଥିଲା । ସେହିପରି ସାମିଙ୍କ ବଦଳରେ ଜଡେଜାଙ୍କୁ ବିଶ୍ୱକପରେ ପ୍ରଥମ ଥର ପାଇଁ ମଉକା ମିଳିଥିଲା ।