ଲଣ୍ଡନ (ଏଟିଆର ବ୍ୟୁରୋ); ଅଳ୍ପକେ ବର୍ତ୍ତି ଯାଇଛି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ । ଗତକାଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବଡ କଷ୍ଟରେ ଶେଷ ଓଭରରେ ଜିତିଛି । ୨୨୭ ରନକୁ ପିଛା କରିବାକୁ ଯାଇ ପାକିସ୍ତାନ ୪୯ ଓଭର ୪ଟି ବଲ ପର୍ଯ୍ୟନ୍ତ ଯାଇଥିଲା । ଦଳ ଏହି ସ୍କୋର କରିବା ପାଇଁ ୭ଟି ୱିକେଟ ମଧ୍ୟ ହରାଇଥିଲା । ଗତକାଲି ମ୍ୟାଚ ଜିତିବା ପରେ ଦଳର ସେମି ଆଶା ଉଜ୍ଜିବିତ ହୋଇଛି । ପାକିସ୍ତାନ ଶେଷ ମ୍ୟାଚରେ ବାଲାଂଦେଶକୁ ଭେଟିବ ।
ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ୱିକେଟ ହରାଇ ୨୨୭ ରନ କରିବାରେ ସକ୍ଷମ ହୋଇଥିଲା । ଜଣେ ହେଲେ ବି ଖେଳାଳି ଅର୍ଦ୍ଧଶତକ କରି ନାହାଁନ୍ତି । ପ୍ରଥମରୁ ନିୟମିତ ବ୍ୟବଧାନରେ ଦଳ ୱିକେଟ ହରାଇଥିଲା । ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦ ୪ଟି ୱିକେଟ ନେଇଥିବା ବେଳେ ରିଆଜ ଏବଂ ୱିାସିମ ୨ ଲେଖାଏଁ ୱିକେଟ ପାଇଥିଲେ ।
୨୨୮ ରନର ବିଜୟ ଲକ୍ଷ୍ୟକୁ ପୂରଣ କରିବା ପାଇଁ ପାକିସ୍ତାନ ଶେଷ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିଥିଲା । ତେବେ ପାକିସ୍ତାନର ମଧ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ ଅର୍ଜନ କରିନାହାଁନ୍ତି । ୱାସିମ ସର୍ବାଧିକ ୪୯ କରି ଦଳକୁ ଜିତାଇଥିଲେ । ବାବର ଆଜମ ୪୫ ରନର ପାଳି ଖେଳିଥିଲେ । ଶେଷ ପର୍ଯ୍ୟନ୍ତ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ ଜିତିବା ପରେ ପାକିସ୍ତାନ ୯ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ଆଫଗାନିସ୍ତାନ ଏଯାବତ ଗୋଟିଏ ହେଲେ ବି ମ୍ୟାଚ ଜିତିନାହିଁ ।