ଲଣ୍ଡନ (ଏଟିଆର ବ୍ୟୁରୋ); ଶେଷ ଲିଗ ମ୍ୟାଚରେ ବାଲାଂଦେଶକୁ ୯୪ ରନରେ ହରାଇଲା ପାକିସ୍ତାନ । ତେବେ ପାକିସ୍ତାନ ଜିତିବା ପରେ ମଧ୍ୟ ସେମି ଫାଇନାଲରେ ପହଁଞ୍ଚି ପାରିନାହିଁ । ନ୍ୟୁଜିଲାଣ୍ଡ ସହ ୧୧ ପଏଣ୍ଟ ପାଇ ସମାନ ହୋଇଥିଲେ ସୁଦ୍ଧା ନେଟ ରନରେଟ ପାଇଁ ସେମିରୁ ବାଦ ପଡିଛି ପାକିସ୍ତାନ । ତେବେ ଭାରତ ଇଂଲଣ୍ଡଠାରୁ ହାରିଥିବା ମ୍ୟାଚଟି ପାକିସ୍ତାନ ପାଇଁ କାଳ ହୋଇଛି ।
ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।ପାକିସ୍ତାନ ପକ୍ଷରୁ ଇମାମ୍-ଉଲ୍-ହକ୍ ଶତକ ମାରିଥିବା ବେଳେ ବାବର ଆଜମ ବଞ୍ଚିତ ହୋଇଥିଲେ। ଇମାମ୍ ୧୦୦ ବଲରେ ୭ ଚୌକା ସହ ୧୦୦ ରନ୍ କରି ଆଉଟ୍ ହୋଇଥିଲେ। ଜବାବରେ ବାଂଲାଦେଶ ୪୪.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା।
୩୧୬ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦଳ ୪୪ ଓଭରରେ ସମସ୍ତ ୱିକେଟ ହରାଇ ୨୨୨ ରନ କରିବାରେ ସକ୍ଷମ ହୋଇଥିଲା । ଶେଷରେ ପାକିସ୍ତାନ ୯୪ ରନରେ ବିଜୟ ହୋଇଥିଲା । ପାକିସ୍ତାନି ବୋଲର ସାଇନ ସାଫ୍ରନି ଆଫ୍ରିଦ ୬ୱିକେଟ ପାଇ ମ୍ୟ।।ଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ପଞ୍ଚମ ଅର୍ଧଶତକ (୬୬) ଏବଂ ୨ ଶତକ ସହିତ ଚଳିତ ବିଶ୍ବକପ୍ର ପ୍ରଥମ ଖେଳାଳି ଭାବେ ୬୦୦ ରନ୍ ଟପିଥିଲେ ସକିବ୍ ଅଲ୍ ହାସନ୍।