ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ ଦଳ ଭଲ ଫର୍ମରେ ଥିବାରୁ ଆଜିର ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବେ ଦୁଇ ଦଳ । ପାକିସ୍ତାନ ବୋଲରଙ୍କ ଉପରେ ଭରଷା କରି ମଇଦାନକୁ ଓହ୍ଲାଇବ । ଅପରପକ୍ଷରେ ୱେଷ୍ଟଇଣ୍ଡିଜ ଦଳରେ ଅଲରାଉଣ୍ଡର ଭରଷାରେ ଦଳ ମ୍ୟାଚ ବିଜୟର ଆଶା ରଖିବ ।
ଅଭ୍ୟାସ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ଖେଳାଳିମାନେ ଧୂଆଁଧାର ଫର୍ମରେ ଥିବା ଦେଖିବାକୁ ମିଳିଛି । ନିକଟରେ ଭାରତରେ ଖେଳିଥିବା ଆଇପିଏଲରେ ୱେଷ୍ଟ ଇଣ୍ଡିଜ ଖେଳାଳିମାନେ ମ୍ୟାଚ ଗୁଡିକ ଜିତାଉଥିଲେ । ରସେଲ ଆଇପିଏଲରେ ଯେଭଳି ବୋଲରଙ୍କୁ ଶେଷ ଓଭର ସମୟରେ ନୟାନ୍ତ କରୁଥିଲେ ବିଶ୍ୱକପରେ ମଧ୍ୟ ସେଭଳି କରିବେ ବୋଲି ଆଶା ରଖିଛନ୍ତି ପ୍ରଂଶସକ । ଦଳର ଅଭିଜ୍ଞ ଖେଳାଳି କ୍ରିସ ଗେଲଙ୍କ ଉପରେ ମଧ୍ୟ ଦଳ ଗୁରୁ ଦାୟିତ୍ୱ ଦେଇପାରେ ।
ପାକିସ୍ତାନ ଦଳରେ ସର୍ଫରାଜ ଅହମ୍ମଦଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଖେଳିବା ପାଇଁ ଯାଉଛି । ୱେଷ୍ଟ ଇଣ୍ଡିଜର ହୋଲଡରଙ୍କ ଦଳକୁ ଚକମା ଦେଖାଇବା ପାଇଁ ପାକ ଦଳରେ ବୋଲରଙ୍କ ପ୍ରଭାବ ଅଧିକ ରହିବ । ହାସନ ଅଲ୍ଲି ଏବେ ଭଲ ଫର୍ମରେ ଥିବା ବେଳେ ଅଭିଜ୍ଞ ବୋଲର ମହମ୍ମଦ ଅମୀର ଅଛନ୍ତି । ବ୍ୟାଟିଂରେ ଦଳର ଅଧିନାୟକଙ୍କ ଭପରେ ଭରଷା ଥିବା ବେଳେ ସୋଏବ ମଲ୍ଲିକଙ୍କ ପ୍ରଭାବ ଅଧିକ ରହିବ । ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ହେଉଛନ୍ତି ସୋଏବ ।