ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ପାକିସ୍ତାନ । ଆଜିର ମ୍ୟାଚଟି ପାକିସ୍ତାନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଯଦି ଦଳ ମ୍ୟାଚ ଜିତେ ତେବେ ସେମିର ନିକଟତର ହେବ । ଏଣୁ ପାକିସ୍ତାନ ଦୁର୍ବଳ ଆଫଗାନିସ୍ତାନକୁ ହରାଇ ନିଜ ସ୍ଥାନ ପକ୍କା କରିବା ପାଇଁ ଚେଷ୍ଟା କରିବ । ତେବେ ଖେଳରେ କେତେବେଳେ କଣ ହେବ କ୍ରିକେଟ ବିଶେଷଜ୍ଞମାନେ ମଧ୍ୟ ଘବରାଇ ଯାଆନ୍ତି ।
ଆଫଗାନିସ୍ତାନ ଯଦିଓ ଭଲ ଫର୍ମରେ ଅଛି ତେବେ ବିଶ୍ୱକପରେ ପ୍ରଥମେ ଖେଳୁଥିବାରୁ ଏତେ ବଡ ଫର୍ମାଟରେ ଦଳ ନର୍ଭର ରହିଛି । ଯେଉଁ କାରଣରୁ ଦଳ ଚଳିତ ବର୍ଷ ୭ଟି ଯାକ ମ୍ୟାଚ ହାରିଛି । ତେବେ ଆଜି ଶାନ୍ତ୍ୱନା ମୂଳକ ବିଜୟ ହୋଇ ସମ୍ମାନ ରକ୍ଷା କରିବା ପାଇଁ ଚେଷ୍ଟା କରିବ ଆଫଗାନ୍ତିସ୍ତାନ । ଦଳର ଅଧିନାୟକ ନୈବ, ଏବଂ ମୁଜିବ ଭଲ ଫର୍ମରେ ଅଛନ୍ତି । ଦଳର ଭରଷାଯୋଗ୍ୟ ଖେଳାଳି ରସିଦ ଖାନ ବିଶ୍ୱକପରେ ସେମିତି କିଛି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ କରି ନାହାଁନ୍ତି ।
ପାକିସ୍ତାନର ୭ଟି ମ୍ୟାଚରୁ ୩ଟି ବିଜୟ ହେବା ସହିତ ୭ ପଏଣ୍ଟ ପାଇଛି । ଆଜି ଆଫଗାନିସ୍ତାନକୁ ଭେଟିବା ପରେ ପରବର୍ତ୍ତୀ ମ୍ୟାଚରେ ବାଲାଂଦେଶକୁ ଭେଟିବ ଦଳ । ଏହି ଦୁଇ ଦଳଠାରୁ ଯଦି ପାକିସ୍ତାନ ଜିତେ ଏବଂ ଇଂଲଣ୍ଡ ନ୍ୟୁଜିଲାଣ୍ଡ ଓ ଭାରତଠାରୁ ହାରେ ତେବେ ପାକିସ୍ତାନ ସେମିଫାଇନାଲକୁ ଯିବ । ତେବେ ପାକିସ୍ତାନ ସେମି ଯିବା ପାଇଁ ଭାରତ ସହାୟକ ହେବ ।