ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଦମଦାର୍ ପ୍ରଦର୍ଶନ କରି ପଦକ ହାସଲ କରିଥିବା ଖେଳାଳୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜି ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଖେଳାଳୀଙ୍କ ସହ କଥା ହୋଇ ତାଙ୍କୁ ଖବୁ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପର୍ବୂରୁ ସ୍ୱାଧୀନତା ଦିବସ ଅବସରେ ଲାଲ କିଲାରେ ଅଲିମ୍ପିକ୍ସ ଖେଳାଳୀମାନଙ୍କୁ ପ୍ରଶଂସା କରିଥିଲେ ମୋଦି ।
ଆଜି ସମ୍ମାନ ସମାରୋହରେ ଟୋକିଓରେ ପଦକ ଜିତିଥିବା ଖେଳାଳିଙ୍କ ବ୍ୟତିତ୍ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିବା ଅନ୍ୟ ଖେଳାଳୀ ମାନଙ୍କୁ ମଧ୍ୟ ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଟୋକିଓ ପାରାଅଲମ୍ପିକରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳୀଙ୍କ ସହ ମଙ୍ଗଳବାର ଦିନ କଥା ହେବେ ପ୍ରଧାନମନ୍ତ୍ରୀ ।