ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାପାନକୁ ହରାଇ ଏଫଆଇଏଚ୍ ୱୁମେନ ସିରିଜ୍ ଫାଇନାଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ ବିଜୟୀ ହୋଇଛନ୍ତି । ଏନେଇ ଭାରତୀୟ ମହିଳା ହକି ଟିମ୍ କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି କି, ‘ବହୁତ ବଢିଆ ଖେଳ, ବହୁତ ଭଲ ପରିଣାମ, ମହିଳା ଏଫଆଇଏଚ୍ ସିରିଜ୍ ର ଫାଇନାଲ ଜିତିବା ପାଇଁ ଆମ ଟିମ୍ କୁ ଶୁଭେଚ୍ଛା । ଏହି ଜବରଦସ୍ତ ବିଜୟ ଦ୍ୱାରା ହକି ର ଲୋକପ୍ରିୟତା ବଢିବ ଏବଂ ଅନେକ ଯୁବା ମହିଳାଙ୍କୁ ପ୍ରେରଣା ମିଳିବ ।’
Exceptional game, excellent outcome!
Congratulations to our team for winning the Women's FIH Series Finals hockey tournament.
This stupendous victory will further popularise hockey and also inspire many young girls to excel in the sport.
— Narendra Modi (@narendramodi) June 23, 2019
ଗୁରୁଜିତ୍ କୌରଙ୍କ ଦୁଇଟି ଗୋଲ୍ ସାହାଯ୍ୟରେ ମହିଳା ହକି ଟିମ୍ ରବିବାର ଜାପାନକୁ ୩-୧ ରେ ହରାଇ ଏଫଆଇଏଚ୍ ୱୁମେନ ସିରିଜ୍ ଫାଇନାଲ ଟୁର୍ଣ୍ଣାମେଣ୍ଟଭାରତ ଜିତିଥିଲା । ଏହି ମ୍ୟାଚ୍ ରେ ଭାରତକୁ ଖେଳର ତିନି ମିନିଟ୍ ରେ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯେଉଁଥିରେ ଗୋଲ କରି ୧-୦ ହାସଲ କରିଥିଲା । ଭାରତ ପାଇଁ ଏହି ଗୋଲ କ୍ୟାପ୍ଟେନ ରାଣୀ ରାମପାଲ କରିଥିଲେ । ଏହାପରେ ଜାପାନ ୧୧ ମିନିଟ୍ ରେ ଫିଲ୍ଡ ଗୋଲ ଜରିଆରେ ୧-୧ କରିଥିଲା ।
ଦ୍ୱିତୀୟ କ୍ୱାର୍ଟରରେ କୌଣସି ଗୋଲ ହୋଇନଥିଲା କିନ୍ତୁ ତୃତୀୟ କ୍ୱାର୍ଟରର ଶେଷ ମିନିଟ୍ ରେ ଭାରତ ପାଇଁ ଗୁରୁଜିତ୍ କୌର ସାନ୍ଦାର ପ୍ରଦର୍ଶନ କରି ୨-୧ କରିଥିଲେ । ଏହାପରେ ଭାରତ ଅନ୍ତିମ କ୍ୱାର୍ଟରରେ ପହଁଚିପାରିଲା ।