ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପଅନସିପ୍ ୨୦୧୯ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିବା ଭାରତୀୟ ଖେଳାଳୀ ପିଭି ସିନ୍ଧୁ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି । ପିଭିଙ୍କ ସହିତ ତାଙ୍କ କୋଚ୍ ପୁଲେଲା ଗୋପୀଚାନ୍ଦ ଏବଂ ମିସ୍ କିମ୍ ବି ସାଥୀରେ ଥିଲେ । ଏହି ଅବସରରେ ପିଭି ସିନ୍ଧୁଙ୍କୁ ମେଡାଲ ପିନ୍ଧାଇ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରର୍ଥନା କରିଛନ୍ତି ମୋଦି ।
ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ର ଗୌରବ ଏବଂ ଚାମ୍ପିଅନ ହେଉଛନ୍ତି ସିନ୍ଧୁ , ଯିଏ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସିନ୍ଧୁଙ୍କୁ ଭେଟି ଖୁସି ଲାଗିଲା । ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ।
ଏହା ପୂର୍ବରୁ କ୍ରୀଡା ମନ୍ତ୍ରୀ ରିଜୁଜଙ୍କ ସହିତ ସିନ୍ଧୁ ସାକ୍ଷତ କରିଛନ୍ତି । ଏହି ଅବସରରେ ଭାରତୀୟ ବ୍ୟାଟମିଣ୍ଟନ ସଂଘର ଅଧ୍ୟକ୍ଷ ହିମାନ୍ତା ବିସ୍ୱା ଶର୍ମା,କୋଚ୍ ପୁଲେଲା ଗୋପିଚାନ୍ଦ ଏବଂ କିମ୍ ଜୀ ହ୍ୟୁନ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ସୁଇଜରଲ୍ୟାଣ୍ଡର ବାସେଲ ରେ ରବିବାର ଦିନ ଜାପାନର ନୋଜୋମୀ ଓକୁହାରାଙ୍କୁ ୨୧-୭ ରେ ହରାଇ ବିଜୟୀ ହୋଇଥିଲେ ସିନ୍ଧୁ । ସେ ଏହା ପୂର୍ବରୁ ବିଶ୍ୱ ଚାମ୍ପିଅନସିପ୍ ରେ ଦୁଇ ଥର ରଜତ ଏବଂ ଦୁଇ ଥର କାଂସ୍ୟ ପଦକ ହାସଲ ଥିଲେ ।