ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟୋକିଓ ଅଲମ୍ପିକ-୨୦୨୦ ସ୍ଥଗିତ କରିବାର ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି (ଆଇଓସି)ର ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରୀୟ କ୍ରୀଡା ମନ୍ତ୍ରୀ କିରଣ ରିଜୁଜ୍ । ଆଇଓସି ଏବଂ ଟୋକିଓ ଅଲମ୍ପିକ-୨୦୨୦ ର ଆୟୋଜନ ସମିତି ପକ୍ଷରୁ ମଙ୍ଗଳବାର କୁହାଯାଇଛି କି ଆଇଓସି ଅଧ୍ୟକ୍ଷ ଥମସ ବାକ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବୋ ଖେଳକୁ ୨୦୨୧ ଗ୍ରୀଷ୍ମକାଳରେ କରିବା ପାଇଁ ନିଷ୍ପତି ନିଆଯାଇଛି ।
ଏନେଇ ରିଜୁଜ୍ କହିଛନ୍ତି, ମୁଁ ଆଇଓସି ର ଟୋକିଓ ଅଲମ୍ପିକ-୨୦୨୦କୁ ସ୍ଥଗିତ କରିବାକୁ ସ୍ୱାଗତ କରୁଛି । ଏହା ପୂରା ବିଶ୍ୱର ଖେଳାଳୀଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଥିଲା । ମୁଁ ମୋ ଖେଳାଳୀ ମାନଙ୍କୁ ଅପିଲ କରୁଛି କି ସେମାନେ ମନ ଦୁଃଖ ନକରନ୍ତୁ ।
ସେହିପରି ଭାରତୀୟ ଅଲମ୍ପିକ ସଂଘ (ଆଇଓଏ) ପକ୍ଷରୁ ପୂର୍ବରୁ କୁହାଯାଇଥିଲା କି,ଖେଳ ସ୍ଥଗିତ କରିବାର ନିଷ୍ପତିକୁ ସ୍ୱାଗତ କରାଯାଉଛି । ଏହାସହିିତ ଭାରତ ଲକ୍ ଡାଉନ୍ ହଟିବା ପରେ ସମସ୍ତ ଖେଳାଳୀଙ୍କ ସହ ଆଲୋଚନା କରାଯିବ ।