ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ସୋମବାର ହାଇଦ୍ରାବାଦ ଏବଂ ପଞ୍ଜାବ ମଧ୍ୟରେ ହେବାକୁ ଯାଉଛି ମହାମୁକାବିଲା । ଦୁଇ ଦଳ ପ୍ଳେଅଫ ପାଇଁ ଆଶାବାଦୀ ଅଛନ୍ତି । ଏଣୁ ଆଜିର ମ୍ୟାଚଟି ସଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଦୁଇ ଦଳର ଖେଳାଳିମାନେ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ଦୁଇ ଦଳ ଶେଷ ମ୍ୟାଚରେ ପରାଜୟ ହୋଇଥିଲେ । ଏଣୁ ଆଜିର ମ୍ୟାଚରେ ବିଜୟ ହୋଇ ଆଗକୁ ବଢ଼ିବା ପାଇଁ ଚେଷ୍ଠା କରିବେ । ରାଜୀବ ଗାନ୍ଧୀ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଆଜିର ମ୍ୟାଚଟି ଖେଳାଯିବ ।
ହାଇଦ୍ରାବାଦ ୧୧ଟି ମ୍ୟାଚରୁ ୫ଟି ବିଜୟ ହୋଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଅପରପକ୍ଷରେ ପଞ୍ଜାବ ମଧ୍ୟ ୧୧ଟି ମ୍ୟାଚରୁ ୫ଟି ବିଜୟ ହୋଇ ଷଷ୍ଠ ସ୍ଥାନରେ ରହିଛି । ହାଇଦ୍ରାବାଦ ଯଦି ବିଜୟ ହୁଏ ତେବେ ସେହି ସ୍ଥାନରେ ହିଁ ରହିବ । କିନ୍ତୁ ପଞ୍ଜାବ ଯଦି ବିଜୟ ହୁଏ ତେବେ ଷଷ୍ଠ ସ୍ଥାନରୁ ସିଧା ଚତୁର୍ଥ ସ୍ଥାନକୁ ଲମ୍ଫ ମାରିବ । ଏଣୁ ପଞ୍ଜାବ ମ୍ୟାଚକୁ ଅଧିକ ଗୁରୁତ୍ୱର ସହ ନେବ । ଦଳର ଖେଳାଳିମାନେ ମଧ୍ୟ ଭଲ ଫର୍ମରେ ଅଛନ୍ତି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାହୁଲ ଏବଂ ଗେଲଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ଦଳ ନିର୍ଭର କରୁଛି ।
ଅପରପକ୍ଷରେ ହାଇଦ୍ରାବାଦର ବୋଲିଂ ଲାଇନ ସବୁବେଳେ ଉଚ୍ଚରେ ରହିଥାଏ । ଭାରତୀୟ ଦୃତ ବୋଲର ଭୁବନେଶ୍ୱର କୁମାର ଦଳର ବୋଲିଂ ଦାୟିତ୍ୱରେ ଅଛନ୍ତି । ତାଙ୍କ ସାଙ୍ଗକୁ ରସିଦ ଖାନଙ୍କ ଚମକ୍ରାର ବୋଲିଂ ଦଳକୁ ସବୁବେଳେ ଭଲ ଫର୍ମରେ ରଖିଥାଏ । ବ୍ୟାଟିଂରେ ଦଳ ମନୀଷ ପାଣ୍ଡେ ଏବଂ ଅରେଞ୍ଜ କ୍ୟାପ ଲିଷ୍ଟର ଟପରେ ଥିବା ୱାର୍ଣ୍ଣରଙ୍କ ଉପରେ ନିର୍ଭର କରିବ । ତେବେ ଥରେ ଯଦି ଗେଲଙ୍କ ରନ ବର୍ଷା ହୁଏ ପଞ୍ଜାବର ଭାଗ୍ୟ ଖୋଲିଯିବ ।