ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋରିଆ ଓପନ ଆରମ୍ଭ ହେବା ପୂର୍ବରୁ ଭାରତୀୟ ସଟଲର ପିଭି ସିନ୍ଧୁଙ୍କୁ ସକ୍ତ ଝଟକା ଲାଗିଛି । ପ୍ରକୃତରେ ଦୁନିଆରେ ସିନ୍ଧୁ ଙ୍କୁ ବିଶ୍ୱ ଚମ୍ପିୟାନ କରିଥିବା ଭାରତୀୟ କୋଚ୍ କିମ ଜୀ ହ୍ୟୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।
ବ୍ୟକ୍ତିଗତ କାରଣ ଯୋଗୁଁ କିମ୍ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ଗତ ଚାରି ମାସ ହେବ ସିନ୍ଧୁଙ୍କ ସହ କାମ କରୁଥିଲେ କିମ୍, କିନ୍ତୁ କିଛି ସପ୍ତାହ ହେବ ତାଙ୍କ ପତିଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ତାଙ୍କୁ ବାଧ୍ୟବସତଃ ନ୍ୟୁଜିଲାଣ୍ଡ ଯିବାକୁ ପଡିଛି ।
ମିଡିଆ ରିପୋର୍ଟ ମୁତାବକ, କିମ୍ ଙ୍କ ପତିଙ୍କ ଦେଖା ରଖା ପାଇଁ ଆବଶ୍ୟକତା ରହିଛି । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି । କିମ୍ ଯିବା ପରେ ପୁଲେଲା ଗୋପିଚାନ୍ଦଙ୍କ ଉପରେ ଅଧିକ ଭାର ପଡିପାରେ ।କୋଚିଂ ସେଟଅପ୍ ରେ କିମ୍ ଯୋଡି ହେବା ପରେ ଗୋପିଚାନ୍ଦଙ୍କ ପାଖରେ ଅନ୍ୟ କାମ କରିବା ପାଇଁ ସମୟ ଥିଲା । କିନ୍ତୁ ଏବେ ଅଲମ୍ପିକ ପାଇଁ ଅଧିକ ସମୟ ନାହିଁ । ଇତି ମଧ୍ୟରେ ବ୍ୟାଡମିଣ୍ଟନ ଆସୋସିଏସନ ସାମ୍ନାରେ କିମ୍ ଙ୍କ ସ୍ଥାନ ଖୁବ୍ ଶୀଘ୍ର ପୂରଣ ହେବା ଚିନ୍ତାର ବିଷୟ ପାଲଟିଛି ।