ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିବା ଭାରତୀୟ ଖେଳାଳୀ ପିଭି ସିନ୍ଧୁ ଏବେ ଭାରତ ଫେରିଛନ୍ତି । ସୋମବାର ଦିନ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସିନ୍ଧୁଙ୍କୁ ଜୋରଦାର୍ ଭାବେ ସ୍ୱାଗତ କରାଯାଇଛି ।ଲଗାତର ଭାବେ ଦୁଇ ଦୁଇଟି ଫାଇନାଲରୁ ନିରାଶ ହେବା ପରେ ତାଙ୍କୁ ମିଳିଥିବା ଏହି ସଫଳତା ପାଇଁ ପିଭି ସିନ୍ଧୁ ଖୁବ୍ ଉତ୍ସାହିତ ଥିବା ସହିତ ସେ ତାଙ୍କ ଭାବନାକୁ ସୋସିଆଲ ମିଡିଆରେ ଜାହିର କରିଥିଲେ ।
ନିଜ ଦେଶକୁ ଫେରିବା ପରେ ପିଭି ସିନ୍ଧୁ କହିଛନ୍ତି କି , ଦେଶ ପାଇଁ ଏଭଳି ଆହୁରୀ ପଦକ ଭବିଷ୍ୟତରେ ଜିତିବି ବୋଲି ଆଶା କରୁଛି । ଏହାସହିତ ମୁଁ ମୋ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ସେ ମୋତେ ଢେର ସାରା ଭଲ ପାଇବା ଏବଂ ଆର୍ଶିବାଦ ଦେଇଛନ୍ତି, ଯେଉଁଥି ପାଇଁ ଆଜି ମୁଁ ଏଠି ପହଞ୍ଚିଛି । ଏହା ମୋ ପାଇଁ ବହୁତ ବଡ ମୁହୁର୍ତ୍ତ । ଭାରତୀୟ ହୋଇ ମୁଁ ନିଜକୁ ବହୁତ ଗର୍ବ ଅନୁଭବ କରୁଛି ।
ଏହାସହିତ ସେ ଆହୁରୀ ମଧ୍ୟ କହିଛନ୍ତି କି, ଟୋକିଓ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବାକୁ ନେଇ ଲୋକେ ଏବେଠୁ ପଚାରିଲେଣି । ଅଲମ୍ପିକ ପାଇଁ ଆଉ ଅଳ୍ପଦିନ ବାକି ଅଛି । ଅଶା କରୁଛି କି ମୁଁ ଏଥିରେ ଭଲ ପ୍ରଦର୍ଶନ କରିବି ।