ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ଗତକାଲି ବର୍ଷା ବାଧକ ସାଜିଥିଲା । ତେବେ ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଯଦି ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଅଧାରେ ବର୍ଷା ହୁଏ ତେବେ ତା ପରଦିନ ରିଜର୍ଭ ଡେ ରେ ମ୍ୟାଚ ଖେଳାଯିବ । ଗତକାଲି ମ୍ୟାଚରେ ବର୍ଷା ହୋଇଥିବାରୁ ଆଜି ମ୍ୟାଚ ପୁନର୍ବାର ଖେଳାଯିବ । ତେବେ ଯେଉଁଠି ଖେଳ ଅଟକିଥିଲା ସେଠାରୁ ମ୍ୟାଚ ଆରମ୍ଭ ହେବ ।
ତେବେ ଆଜିର ମ୍ୟାଚରେ ମଧ୍ୟ ଯଦି ବର୍ଷା ହୁଏ ଏବଂ ଖେଳ ନହୁଏ ତେବେ ଭାରତ ସିଧା ଫାଇନାଲ ଟିକେଟ ହାସଲ କରିବ । କାରଣ ଲିଗରେ ଭାରତ ନ୍ୟୁଜିଲାଣ୍ଡଠାରୁ ଅଧିକ ମ୍ୟାଚ ଜିତିଥିଲା । ଏଣୁ ଭାରତ ସିଧା ଫାଇନାଲ ଖେଳିବ । ଅପରପକ୍ଷରେ ଫାଇନାଲରେ ମଧ୍ୟ ଯଦି ବର୍ଷା ହୁଏ ଏବଂ ସେହି ମ୍ୟାଚ ଯଦି ରିଜର୍ଭରେ ବି ବାତିଲ ହୁଏ ତେବେ ଭାରତ ବିନା ପରିଶ୍ରମରେ ସିଧା ଟାଇଟଲ ହାସଲ କରିବ । କାରଣ ଭାରତ ପଏଣ୍ଟ ଟେବୁଲର ଟପରେ ରହିଥିଲା । ଯାହାକି ଭାରତ ପାଇଁ ସହାୟକ ହେବ ।
ଏବେ ଭାରତ ଦଳ ଭଲ ଫର୍ମରେ ଥିବାରୁ ସମସ୍ତଙ୍କ ଆଶା ରହିଛି କି ମ୍ୟାଚ ହେଲେ ଭାରତ ବିଜୟ ହେବା ନିଶ୍ଚିନ୍ତ । କାରଣ ଭାରତର ବୋଲିଂ,ବ୍ୟାଟିଂ ଏବଂ ଫିଲ୍ଡି ଏବେ ପୁରା ଟପରେ ରହିଛି । ଭାରତ କେବଳ ଇଂଲଣ୍ଡଠାରୁ ହାରିଥିଲା । ବାକି ସବୁଦଳ ଭାରତ ଅଗରେ ହାର ମାନିଥିଲେ । ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ଉପରେ ସମସ୍ତଙ୍କ ନଜର ।