ଜୟପୁର (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲର ୪୫ତମ ମ୍ୟାଚରେ ରାଜସ୍ଥାନକୁ ଭେଟିବା ପାଇଁ ଯାଉଛି ହାଇଦ୍ରାବାଦ । ହାଇଦ୍ରାବାଦ ୧୦ଟି ମ୍ୟାଚରୁ ୫ଟି ବିଜୟ ହେବା ସହିତ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ରାଜସ୍ଥାନ ୧୧ଟି ମ୍ୟାଚରୁ ୪ ବିଜୟ ସହ ସପ୍ତମ ସ୍ଥାନରେ ରହିଛି । ଦୁଇ ଦଳ ପ୍ଳେଅଫ ଖେଳିବା ପାଇଁ ଲଢ଼େଇ ଜାରି ରଖିଛନ୍ତି । ଏଣୁ ଆଜିର ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ । ଆଜିର ମ୍ୟାଚଟି ଜୟପୁରରେ ହେବ ।
ହାଇଦ୍ରାବାଦର ଦୁଇ ଓପନର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଏବଂ ଜନିବେଷ୍ଟର ଭଲ ଫର୍ମରେ ରହିଛନ୍ତି । ଉଭୟ ଦଳକୁ ନେଇ ପଏଣ୍ଟ ଟେବୁଲର ଭଲ ସ୍ଥାନରେ ରଖିଛନ୍ତି । ତେବେ ଉଭୟ ବିଶ୍ୱକପ ପାଇଁ ଆଇପିଏଲ ଶେଷ ହେବା ପୂର୍ବରୁ ସ୍ୱଦେଶ ଫେରିଯିବେ । ଏଣୁ ହାଇଦ୍ରାବାଦକୁ ଠିକଣା ସ୍ଥାନରେ ପହଁଞ୍ଚାଇବା ଲକ୍ଷ୍ୟରେ ରହିବେ । ଏଣୁ ଉଭୟ ଆଜି ପୁଣିଥରେ ବଡ ଭାଗିଦାରୀ କରି ଦଳକୁ ବିଜୟ କରାଇବା ଲକ୍ଷ୍ୟରେରହିବେ । ହାଇଦ୍ରାବାଦର ବୋଲିଂ ଲାଇନ ଭଲ ରହିଛି । ରସିଦ ଖାନ,ଭୁବନେଶ୍ୱର କୁମାର ଏବଂ ସନ୍ଦୀପ ଶର୍ମାଙ୍କ ଉପରେ ରହିବ ସମସ୍ତଙ୍କ ନଜର ।
ରାଜସ୍ଥାନର ଶେଷ ମ୍ୟାଚରେ କୋଲକାତାକୁ ଇଡେନରେ ପରାସ୍ତ କରିବା ପରେ ଦଳୀୟ ଖେଳାଳିଙ୍କ ମନୋବଳ ବଢ଼ିଯାଇଛି । ରାହାଣେ ଏବଂ ସଞ୍ଜୁ ଉଭୟ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ଚଳିତ ବର୍ଷ ଉଭୟ ଶତକ ମଧ୍ୟ ହାସଲ କରିସାରିଛନ୍ତି । ଏଣୁ ହାଇଦ୍ରାବାଦ ବୋଲରଙ୍କୁ ଉଭୟ ଆକ୍ରମଣ କରିବେ ବୋଲି ରାଜସ୍ଥାନ ପ୍ରଂଶସକମାନେ ଆଶା ରଖିଛନ୍ତି । ଅଲରାଉଣ୍ଡର ଜୋଫ୍ରା ଆଚର ଏବେ ଭଲ ଫର୍ମରେ ରହିଛନ୍ତି । ଦୁଇ ଦଳରେ ଦକ୍ଷ ଖେଳାଳି ଥିବାରୁ ଆଜିର ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।