ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ମହିଳା ହକି ଟିମ୍ ର ମଙ୍ଗ ସମ୍ଭାଳିବେ ରାନୀ ରାମପାଲ । ତାଙ୍କୁ ଦଳର କାପ୍ଟେନ ଦାୟିତ୍ୱ ଦିଆଯାଇଛି । ସେପ୍ଟମ୍ବର ୨୭ରେ ଇଂଲଣ୍ଡର ମାରୋଲରେ ମ୍ୟାଚ ଆରମ୍ଭ ହେବ । ଏହି ମ୍ୟାଚ୍ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ । ଏଥିରେ ଗୋଲକିପର ସବିତା ଉପ-କାପ୍ଟେନ ଦାୟିତ୍ୱ ସମ୍ଭାଳିବେ । ନିକଟରେ ଜାପାନରେ ଅଲମ୍ପିକ ଟେଷ୍ଟ ପ୍ରତିଯୋଗିତାରେ ବିଜୟ ହେବା ପରେ ସବିତା ଏବଂ ରଜନୀ ଇତିମାପୁରମ ଦଳରେ ନିଜର ସ୍ଥାନ ବଳବତ୍ତର ରଖିଛନ୍ତି ।
ଡିଫେଣ୍ଡର ଦୀପ ଗ୍ରେସ ଏକ୍କା, ଗୁରଜୀତ କୌର, ରୀନା ଖୋଖର ଏବଂ ସଲିମା ଟେଟେଙ୍କୁ ବି ଦଳରେ ସାମିଲ କରାଯାଇଛି । ଏନେଇ ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି କି ମିଡଫିଲ୍ଡରେ ଅନୁଭବି ନମିତା ଟେପୋ ଦଳକୁ ଫେରିଛନ୍ତି, ଯିଏ ଆହତ ହୋଇ ଦଳ ବାହାରେ ଥିଲେ । ସେହିପରି ଖେଳାଳୀ ସୁଶିଳା ଚାନୁ , ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ ଏବଂ ଲିଲିମା ମିଞ୍ଜ ଦଳରେ ସାମିଲ ଅଛନ୍ତି ।
ଭାରତୀୟ ମହିଳା ହକି ଟିମ୍: ରାନୀ ରାମପାଲ (କାପ୍ଟେନ), ବନ୍ଦନା କଟରିୟା, ନବନୀତ କୌର, ଲାଲରେମସିୟାମି, ନବଜ୍ୟୋତ କୌର, ଶର୍ମିଳା ଦେବୀ, ସବିତା (ଉପ-କାପ୍ଟେନ),ରଜନୀ ।
ଡିଫେଣ୍ଡର: ଦୀପ ଗ୍ରେସ ଏକ୍କା, ଗୁରଜୀତ କୌର, ରୀନା ଖୋଖର ଏବଂ ସଲିମା ଟେଟେ ।
ମିଡଫିଲ୍ଡର: ସୁଲିଳା ଚାନୁ, ନିକି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଲିମା ମିଞ୍ଜ, ନମିତା ଟୋପୋ ।