କାର୍ଲିଫୋର୍ଣ୍ଣିଆ (ଏଟିଆର ବ୍ୟୁରୋ): ଗତକାଲି ଷ୍ଟାର ହେଲିକପ୍ଟର ଦୁର୍ଘଟଣାରେ ଷ୍ଟାର ବାସ୍କେଟବଲ ଖେଳାଳି କୋବି ବ୍ରାୟଣ୍ଟ (୪୧)ଙ୍କ ମୃତ୍ୟୁ ଘଟିଛି । ଏହି ହେଲିକପ୍ଟର ଦୁର୍ଘଟଣାରେ କୋବିଙ୍କ ସମେତ ୯ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରରେ ଯେତେ ଲୋକ ଥବଲେ ସେଥିମଧ୍ୟରୁ କେହି ବି ବଞ୍ଚି ପାରିନଥିଲେ । କୋବିଙ୍କର ଯାତ୍ରା କରୁଥବା ହେଲିକପ୍ଟର ଦୁର୍ଘଟଣା କାର୍ଲିଫୋର୍ଣ୍ଣଆର କେଲାବେସସରେ ଠାରେ ହୋଇଥିଲା । ସୂଚନାନୁଯାୟୀ, କୋବିଙ୍କ ଏହାନିଜସ୍ୱ ହେଲିକପ୍ଟର ଅଟେ । ଏହା ଲସ ଏଞ୍ଜେଲେସରୁ ପାଖାପାଖି ୬୫କିଲୋମିଟର ଯିବା ପରେ ହଠାତ ହେଲିକପ୍ଟରେ ନିଆଁ ଲାଗିଯାଇଥିବାର ଦେଖିବାକୁ ମିଳିଥିଲା । ଯାହାଫଳରେ ଏହା କିଛି ସମୟ ଆକାଶରେ ବୁଲି ବୁଲି ତଳେ ଖସି ପଡିଥିଲା ।
ଯାହାଫଳରେ ହେଲିକପ୍ଟର ମଧ୍ୟରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୁତ୍ୟୃ ଘଟିଥିଲା । ତେବେ ନିଆଁଟି କେଉଁ କାରଣରୁ ଲାଗିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଅଧିକାରୀମାନେ ଏହାର ତଦନ୍ତ କରୁଛନ୍ତି । ଦୁର୍ଘଟଣା ସମ୍ପର୍କରେ ଜରାପଡିବା ପରେ କୋବିଙ୍କ ପ୍ରସଂଶକଙ୍କ ମଧ୍ୟରେ ଶୋକର ବାର୍ତ୍ତାବରଣ ଖେଳିଯାଇଥିବା ବେଳେ ତାଙ୍କ ସହ ଆଉ କେଉଁମାନେ ଥିଲେ ତାହାର ପରିଚୟ ମିଳିପାରିନାହିଁ । କୋବି ବ୍ରାୟଣ୍ଟ ହେଉଛନ୍ତି ବାସ୍କେଟବଲ ଖେଳ ଦୁନିଆର ବେଶ ପରିଚିତ ନାମ । ସେ ଲୋକପ୍ରିୟ ନ୍ୟାସନାଲ ବାସ୍କେଟବଲ ଆସୋସିଏଶନ (ଏନବିଏ)ରେ ୨୦ ବର୍ଷ ରହିବା ସହ ଏହାରି ମଧ୍ୟରେ କୋବି ୫ ଥର ଚାମ୍ପିଅନ ହୋଇପାରିଥିଲେ ।