ବାଙ୍ଗାଲୋର (ଏଟିଆର ବ୍ୟୁରୋ); ବିରାଟ ବାହିନୀର ଦିତୀୟ ପରାଜୟ । ଗୁରୁବାର ବାଙ୍ଗାଲୋରରେ ଆୟୋଜିତ ହୋଇଥିବା ମ୍ୟାଚରେ ୬ରନରେ ବାଙ୍ଗାଲୋରକୁ ପରାସ୍ତ କରିଛି ମୁମ୍ବାଇ । ବିନା ଅର୍ଧଶତକରେ ମୁମ୍ବାଇ ଇଣ୍ଡିଆନ୍ସ ୧୮୭ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ଜବାବରେ ଏବି ଡି’ଭିଲିୟର୍ସ (୭୦ଞ୍ଚ, ୪୧ ବଲ, ୪ ଚୌକା, ୬ ଛକା) ବିସ୍ଫୋରକ ପାଳି ସତ୍ତ୍ବେ ଘରୋଇ ଦଳ ୧୮୧/୫ରେ ସୀମିତ ରହିଥିଲା।
ଚମତ୍କାର ବୋଲିଂ କରିଥିବା ଯଶପ୍ରୀତ୍ ବୁମରା (୪-୦-୨୦-୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା ମୁମ୍ବାଇ। ଅଧିନାୟକ ରୋହିତ ଶର୍ମା (୪୮ଞ୍ଚ, ୩୩ ବଲ, ୮ ଚୌକା, ୧ ଛକା) ଏବଂ କ୍ବିଣ୍ଟନ୍ ଡି’କକ୍ (୨୩, ୨୦ ବଲ, ୨ ଚୌକା, ୧ ଛକା) ପ୍ରଥମ ୱିକେଟ୍ ଲାଗି ୫୪ ରନ୍ ଉଠାଇଥିଲେ। ଡି’କକ୍ଙ୍କୁ ବୋଲଡ୍ କରି ୟୁଜବେନ୍ଦ୍ର ଚହଲ ଏହି ଭାଗୀଦାରି ଅଲଗା କରିଥିଲେ। ଏହା ପରେ ଉମେଶ ଯାଦବଙ୍କ ବଲରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୮୭/୮ (ରୋହିତ ଶର୍ମା-୪୮, ସୂର୍ୟ୍ୟକୁମାର ଯାଦବ-୩୮, କ୍ୟୁଣ୍ଟନ୍ ଡି’କକ୍-୨୩, ଯୁବରାଜ ସିଂହ-୨୩, ହାର୍ଦିକ ପାଣ୍ଡ୍ୟା-୩୨ଞ୍ଚ, ୟୁଜବେନ୍ଦ୍ର ଚହଲ-୪/୩୮, ଉମେଶ ଯାଦବ-୨/୨୬, ମହମ୍ମଦ ସିରାଜ-୨/୩୮)। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୨୦ ଓଭରରେ ୧୮୧/୫ (ଏବି ଡି’ଭିଲିୟର୍ସ-୭୦ଞ୍ଚ, ବିରାଟ କୋହଲି-୪୬, ପାର୍ଥିବ ପଟେଲ୍-୩୧, ଶିଭମ ଦୁବେ-୯ଞ୍ଚ, ଯଶପ୍ରୀତ୍ ବୁମରା-୩/୨୦, ମୟଙ୍କ ମାର୍କଣ୍ଡ-୧/୨୩)।