ମୁମ୍ବାଇ (ଏଟିଆର ବ୍ୟୁରୋ); ଷ୍ଟମ୍ପକୁ ବାଡେଇବା ରୋହିତ ଶର୍ମାଙ୍କୁ ମହଙ୍ଗା ପଡିଛି । ଆଇପିଏଲ ଆଚାର ସଂହିତା ନିୟମ ଲେଭଲ-୧ ଧାରାର ୨.୨ ଉଲଘଂନ ହୋଇଛି । ଯେଉଁ କାରଣରୁ ରୋହିତଙ୍କୁ ଜୋରିମାନା ଦେବାକୁ ପଡିଛି । ରୋହିତଙ୍କ ମ୍ୟାଚର ୧୫ ପ୍ରତିଶତ କାଟି ନିଆଯାଇଛି । ଗତକାଲି କୋଲକାତା ବିପକ୍ଷ ମ୍ୟାଚରେ ରୋହିତ ଏଭଳି ଅଭାବନୀୟ ଘଟଣା ଘଟାଇଥିଲେ । ତେବେ ଗତକାଲି ମ୍ୟାଚରେ ମୁମ୍ବାଇ ପରାସ୍ତ ହୋଇଛି ।
ସୂଚନା ଯୋଗ୍ୟ,ଗତକାଲି କୋଲକାତା ପ୍ରଥମେ ବ୍ୟାଟିଂ କରି ମୁମ୍ବାଇକୁ ବିଶାଳ ସ୍କୋରର ଲକ୍ଷ୍ୟ ଦେଇଥିଲା । ୨୩୩ ରନର ଲକ୍ଷ୍ୟକୁ ପିଛା କରିବା ପାଇଁ ଯାଇ ମୁମ୍ବାଇ ପ୍ରଥମରୁ ଡିକକଙ୍କୁ ହରାଇଥିଲା । ଏହାପରେ ରୋହିତ ଦଳ ପାଇଁ ବୁଝିଶୁଝି ଖେଳୁଥିବା ବେଳେ ଏଲବି ଡବ୍ଲୁ ହୋଇଥିଲେ । ଆଉଟ ହେବା ପରେ ରୋହିତ ନନଷ୍ଟ୍ରାଇକଏଣ୍ଡକୁ ଯାଇ ଷ୍ଟମ୍ପକୁ ବାଡେଇ ଦେଇଥିଲେ । ଯାହାକି ତାଙ୍କ ପାଇଁ ମହଙ୍ଗା ପଡିଛି । ମ୍ୟାଚ ରେଫରି ତାଙ୍କ ପାଉଣାର ୧୫ ପ୍ରତିଶତ କାଟିଦେଇଛନ୍ତି । ମ୍ୟାଚ ଶେଷରେ ରେହିତ ଭୁଲ ମାଗିଛନ୍ତି । ଗତକାଲି କୋଲକାତା ପାଇଁ କର ମର ମ୍ୟାଚ ଥିଲା ।