ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରବିବାର ନୂଆଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ ର ଭାରତ ବନାମ ବାଂଲାଦେଶରେ ବାଜି ମାରିନେଇଥିଲା ବାଂଲାଦେଶ । ଯାହାଫଳରେ ଭାରତକୁ ହାରିବାର ସାମ୍ନା କରିବାକୁ ପଡିଥିଲା । ବାଂଲାଦେଶ ବିପକ୍ଷରେ ଭାରତର ଏହା ପ୍ରଥମ ଟି୨୦ ହାର୍ ଥିଲା ।
ମ୍ୟାଚ ପରେ ବିପକ୍ଷ ଟିମ୍ ର ପ୍ରାଶଂସା କରି କ୍ୟାପ୍ଟେନ ରୋହିତ ଶର୍ମା କହିଛନ୍ତି କି,ବାଂଲାଦେଶ ଆମକୁ ବ୍ୟାକଫୁଟ୍ କୁ ପଠାଇ ଦେଇଥିଲା । ୧୪୯ ରନ୍ ର ଲକ୍ଷ୍ୟ ରଖି ଖେଳାଯାଇ ପାରିଥାନ୍ତା କିନ୍ତୁ ଆମେ ଫିଲ୍ଡିଂରେ ବହୁତ ଭୁଲ କରିଥିଲୁ ।
ସେ ଆହୁରୀ ମଧ୍ୟ କହିଛନ୍ତି , ଆମେ ବାଂଲାଦେଶରୁ ଜିତିବାର ଶ୍ରେୟ ଛଡାଇବାକୁ ଚାହୁଁନଥିଲୁ । ସେ ଆମକୁ ଆରମ୍ଭରୁ ଚାପରେ ରଖିଥିଲେ । ପ୍ରକୃତରେ ସିରିଜରେ ନୂତନ ଏବଂ କମ ଅନୁଭବ ଥିବା ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ଏହି ଭୁଲ୍ ରୁ ସେମାନଙ୍କୁ ଶିଖିବାର ମଉକା ମିଳିବ ।