ଲଣ୍ଡନ (ଏଟିଆର ବ୍ୟୁରୋ); ଭାରତୀୟ କ୍ରିକଟେ ଦଳର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଅଲୋଡା ରେକର୍ଡ । ଗୋଟିଏ ବିଶ୍ୱକପ ସଂସ୍କରଣରେ ୫ଟି ଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି ରୋହିତ । ପୂର୍ବରୁ ଏହି ରେକର୍ଡ ସିଂହଳୀ ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରାଙ୍କ ନାମରେ ଥିଲା । ୨୦୧୫ ବିଶ୍ୱକପରେ ଶ୍ରୀଲଙ୍କାର ଏହି ଉଦୀୟମାନ ଖେଳାଳି ୪ଟି ଶତକ ହାସଲ କରିଥିଲେ । ତେବେ ଗତକାଲି ଶ୍ରୀଲଙ୍କା ବିପକ୍ଷ ଶେଷ ଲିଗ ମ୍ୟାଚରେ ରୋହିତ ଶତକ ହାସଲ କରିବା ପରେ ସାଙ୍ଗାକାରାଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ।
ଚଳିତ ବିଶ୍ୱକପ ଆରମ୍ଭରୁ ରୋହିତ ଦମଦାର ଫର୍ମରେ ରହିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଲିଗ ମ୍ୟାଚରୁ ହିଁ ସେ ଶତକରୁ ଖେଳ ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଚାହିଁ ନାହାଁନ୍ତି । ୮ଟି ମ୍ୟାଚରୁ ୫ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଚଳିତ ବିଶ୍ୱକପର ସର୍ବାଧିକ ରନ ସଂଗ୍ରହକାରୀଙ୍କ ଭିତରେ ସେ ଆଗରେ ରହିଛନ୍ତି । ସେ ୮ଟି ପାଳିରୁ ୬୪୭ ରନ କରିଛନ୍ତି ।
ରୋହିତଙ୍କ ପଛକୁ ଅଷ୍ଟ୍ରେଲିୟ ବାମହାତୀ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଅଛନ୍ତି । ଏବଂ ସେମିରୁ ବାଦ ପଡିଥିବା ବାଲାଂଦେଶର ଅଭିଜ୍ଞ ଖେଳାଳି ସାକିବ ଅଲ ହାସଲ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ବିଶ୍ୱକପର ଆଉ ଏକ ରେକର୍ଡ ଭାଙ୍ଗିବା ପାଇଁ ଯାଉଛନ୍ତି ରୋହିତ । ଗୋଟିଏ ସଂସ୍କରଣରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ସର୍ବାଧିକ ୬୭୩ ରନ କରିଥିଲେ । ଭାରତ ଆଗରେ ଆହୁରି ମ୍ୟାଚ ଥିବାରୁ ରୋହିତ ଏହି ରେକର୍ଡକୁ ଭାଙ୍ଗିବେ ବୋଲି କ୍ରିକେଟ ପ୍ରେମୀଙ୍କ ଆଶା ରହିଛି ।