ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆନ୍ତର୍ଜାତିକ କ୍ରିକେଟରେ ଭାରତୀୟ କିମ୍ବଦନ୍ତ୍ରୀ ଖେଳାଳି ସଚିନଙ୍କ ଅନେକ ରେକର୍ଡ ରହିଛି । ତାଙ୍କ ସମକକ୍ଷ ହେବା ଅସମ୍ଭବ ମନେ ହେଉଛି । ତେବେ ବିଶ୍ୱକପରେ ସଚିନଙ୍କ କିର୍ତ୍ତୀମାନ ଅଲୋଡା ହୋଇ ରହିଛି । ଚଳିତ ବିଶ୍ୱକପରେ ସଚିନଙ୍କ ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଥିଲା । ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ସେମିରୁ ବିଦାୟ ନେବା ପରେ ଏବେ ଆଉ ସେ ରେକର୍ଡ ଭାଙ୍ଗି ନହେବା ଭଳି ମନେ ହେଉଛି ।
୨୦୦୩ ବିଶ୍ୱକପରେ ସଚିନ ୬୭୩ ରନ କରିଥିଲେ । ଭାରତ ଏହି ବିଶ୍ୱକପରେ ଉପବିଜେତା ହୋଇଥିଲା । ଏବଂ ସଚିନ ମ୍ୟାନ ଅଫ ଦି ସିରିଜ ହୋଇଥିଲେ । ତେବେ ଏହି ରେକର୍ଡ ଦୀର୍ଘ ୧୬ ବର୍ଷ ହେବ ଉଜ୍ଜିବିତ ହୋଇ ରହିଛି । ଚଳିତ ବିଶ୍ୱକପରେ ରୋହିତ ଏବଂ ୱାର୍ଣ୍ଣର ଏହି ରେକର୍ଡ ଭାଙ୍ଗିବେ ବୋଲି ଅନୁମାନ କରାଯାଉଥିଲା । ରୋହିତ ଶର୍ମା ୨୭ ରନ ପଛରେ ରହିଯାଇଥିବା ବେଳେ ୱାର୍ଣ୍ଣର ୩୬ ରନ ପଛରେ ରହିଛନ୍ତି ।
ଅପରପକ୍ଷରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ୩ଜଣ ଖେଳାଳି ଏହି ରେକର୍ଡ ଭାଙ୍ଗ ପାରନ୍ତି । ଯଦି ସେମାନେ ଶତକୀୟ ପାଳି ଖେଳିବେ ତେବେ ସଚିନଙ୍କ ପାଖାପାଖି ପହଁଞ୍ଚି ପାରିବେ । ରୁଟ୍ ଓ ୱିଲିୟମ୍ସନ୍ଙ୍କ ପାଖରେ ସୁଯୋଗ ରହିଛି। ରୁଟ୍ ବର୍ତ୍ତମାନ ସୁଦ୍ଧା ୫୪୯ ରନ୍ କରିଥିବା ବେଳେ ୱିଲିୟମ୍ସମ୍ ୫୪୮ ରନ୍ କରିଛନ୍ତି। ଏ ଦୁହେଁ ଯଥାକ୍ରମେ ୧୨୪ ଓ ୧୨୫ ରନ୍ କଲେ ସଚିନ୍ଙ୍କ ରେକର୍ଡର ସମକକ୍ଷ ହେବେ। ସେହିଭଳି ସଚିନ୍ଙ୍କ ରେକର୍ଡ ଭାଙ୍ଗିବାକୁ ଇଂଲଣ୍ଡର ଜେ ଏମ୍ ବେୟାରଷ୍ଟୋଙ୍କୁ ୧୭୮ ରନ୍ର ବଡ଼ ଇନିଂସ ଖେଳିବାକୁ ପଡ଼ିବ।