ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟ ବିଶ୍ୱକପ ୨୦୧୯ ମହାମୁକାବିଲାରେ ଆଜି ଭାରତ-ପାକିସ୍ତାନ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅଧ୍ୟକ୍ଷତାରେ ଦଳ ଆଗେଇ ଚାଲିଛନ୍ତି । ସେପଟେ ମ୍ୟାନଚେଷ୍ଟରରେ ହେବାକୁ ଥିବା ମହାମୁକାବିଲାରେ ସାରା ଦୁନିଆର କ୍ରିକେଟ ପ୍ରେମିଙ୍କ ନଜର ରହିଛି ।
ଦୁଇଟି ଦଳର ପୂର୍ବତନ ଖେଳାଳି ଏବଂ କ୍ୟାପଟେନ୍ ନିଜ ନିଜର ଟିମ୍ କୁ ନିଜର ଅନୁଭବ ବିଷୟରେ କହୁଛନ୍ତି ଏବଂ ମ୍ୟାଚ୍ ପାଇଁ ଉପଦେଶ ମଧ୍ୟ ଦେଉଛନ୍ତି । ଇତି ମଧ୍ୟରେ ଟିମ୍ ଇଣ୍ଡିଆର ମହାନ ଖେଳାଳି ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଅନୀଲ କୁମ୍ବଲେ ବି ତାଙ୍କ ଉପଦେଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କେଉଁ ଉପଦେଶ ଦେଇଛନ୍ତି ।
ସୌରଭ ଗାଙ୍ଗୁଲି କହିଛନ୍ତି କି, ଭାରତକୁ ସାବଧାନ ରହିବାକୁ ହେବ । ମୋତେ ଲାଗୁଛି କି ବର୍ଷ ୨୦୧୭ରେ ଆଇସିସି ଚାମ୍ପିୟାନସିପ୍ ଟ୍ରଫିରେ ଟିକେ ଭୁଲ୍ ପାଇଁ ଭାରତକୁ ପାକିସ୍ତାନ ଠାରୁ ହାରିବାକୁ ପଡିଥିଲା । ମାତ୍ର ଏହି ମୁକାବିଲା ଖୁବ୍ ଭଲ ହେବ ।
ସେପଟେ ସଚିନ୍ ତେନ୍ଦୁଲକର କହିଛନ୍ତି କି, ପାକିସ୍ତାନ ଟିମ୍ ସବୁବେଳେ ଅପ୍ରତ୍ୟାଶିତ ରହିଛି ଏବଂ ସେ ଏକ ବିପଦପୂର୍ଣ୍ଣ ଟିମ୍ । ଇତି ମଧ୍ୟରେ ଭାରତୀୟ ଟିମ୍ ସେମାନଙ୍କୁ ହାଲୁକାରେ ନେଲେ ହେବ ନାହିଁ । ଭାରତୀୟ ଟିମ୍ ଯାହା ବି ପଦକ୍ଷେପ ନେବ ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ହେବାକୁ ପଡିବ । ପୂରା ଯୋଜନା ଏବଂ ପ୍ରସ୍ତୁତି ସହିତ ମ୍ୟାଚ ପାଇଁ ଯିବାକୁ ହେବ ।
ଅନୀଲ କୁମ୍ବଲେ କହିଛନ୍ତି କି, ଏହି ଦୁଇ ଦେଶ ବିପକ୍ଷ ଦଳ ଭାବେ ବହୁତ କମ୍ ମ୍ୟାଚ୍ ଖେଳନ୍ତି ସେଥିପାଇଁ ଏହି ମୁକାବିଲାକୁ ନେଇ ଆଶା ଆହୁରୀ ବଢି ଯାଇଥାଏ । ସର୍ବଦା ଭାରତ-ପାକିସ୍ତାନ ମ୍ୟାଚ୍ ସବୁଠାରୁ ବଡ ମୁକାବିଲା ହୋଇଥାଏ । ଏନେଇ ଆଇସିସି ବି ଭଲ ଭାବେ ଜାଣିଛନ୍ତି, କାରଣ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହେବାର ୧୫ ମିନିଟ୍ ମଧ୍ୟରେ ଟିକେଟ୍ ଶେଷ ହୋଇ ଯାଇଥାଏ ।