ନୂଆଦିଲ୍ଲୀ (ଏଟଇଆର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ସଚ୍ଚିନ ତେନ୍ଦୁଲକରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ମାର୍ଚ୍ଚ ୨୭ରେ ସୂଚନା ଦେଇଥିଲେ । ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସେ ତାଙ୍କ ଟ୍ୱିଟ ଯୋଗେ କହିଛନ୍ତି ।
ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଦେବା ସହ ଆଜି ଭାରତର ୨୦୧୧ ୱାନଡେ ବିଶ୍ୱ କପ ଚାମ୍ପିଅନ ହେବାର ଶୁଭେଚ୍ଛା ଜଣାଇଛନ୍ତି ସଚ୍ଚିନ । ଦେଶବାସୀ ଏବଂ ସମସ୍ତ ଖେଳାଳୀଙ୍କୁ ବିଜୟର ୧୦ମ ବାର୍ଷିକ ଉତ୍ସବ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।