ମୁମ୍ବାଇ (ଏଟିଆର ବ୍ୟୁରୋ):ଯେତେ ଲୁଚେଇଲେ ବି ପ୍ରେମ କେବେ ଲୁଚି ରୁହେନି । ଦିନେ ନା ଦିନ ଲୋକଲୋଚନକୁ ଆସେ । ଏଭଳି କିଛି ଘଟିଛି ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଏବଂ ପାରୁପଲୀ କଶ୍ୟପଙ୍କ ପ୍ରେମ କାହାଣୀରେ । ଦୁହେଁ ଦୁହିଁଙ୍କୁ ୧୦ ବର୍ଷ ହେଲାଣି ଡେଟ କରୁଛନ୍ତି । କିନ୍ତୁ ତାଙ୍କ ବିଷୟରେ କାହା କାନରେ ବି ଖବର ନାହିଁ । ମାତ୍ର ଏବେ ସାଇନା ତାଙ୍କ ବିବାହ କଥା ଘୋଷଣା କରିବାରୁ ସମସ୍ତଙ୍କର ହୋସ ଉଡିଯାଇଛି ।
ଆଜ୍ଞା ହଁ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଏବଂ ପାରୁପଲୀ କଶ୍ୟପ ଦୁହେଁ ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି । ଚଳିତ ବର୍ଷ ଡିସେମ୍ବର ୧୬ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ଏବଂ ରିସେପସନ୍ ପାର୍ଟି ୨୧ରେ ଦେବେ ।
୨୦୦୫ରେ ଦୁହେଁ ଏକ ଟ୍ରେନିଙ୍ଗ ସେଂଟରରେ ଦେଖାହୋଇଥିଲେ । ସେହି ଦିନ ଠାରୁ ସେମାନଙ୍କର ସଂପର୍କ ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । ସବୁଠୁ ବଡ କଥା ହେଲା ଅନେକ ସମୟରେ ଦୁହେଁ ଏକାଠି ନଜର ଆସିଥିଲେ ବି କେହି ଜାଣି ପାରିନଥିଲେ ତାଙ୍କ ପ୍ରେମ କାହାଣୀ ବିଷୟରେ ।